ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଦ୍‌ରେ ସଲମାନ ଖାନଙ୍କ ଘର ବାହାରେ ଧାଁ ଦୌଡ଼ , ପ୍ରଶଂସକଙ୍କ ଉପରେ ବସିଲା ପୁଲିସର ଲାଠି ମାଡ଼

ମୁମ୍ୱାଇ : ଇଦ୍‌ ଓ ସଲମାନ ଖାନଙ୍କ କନେକ୍ସନ  ଖୁବ୍‌ ପୁରୁଣା। ପ୍ରତି ବର୍ଷ ଇଦ୍‌ ଅବସରରେ ସଲମାନ ଖାନ ଫିଲ୍ମ ହଲ୍‌ରେ ନିଜର ଫିଲ୍ମ ରିଲିଜ କରିଥା’ନ୍ତି। ହେଲେ ଏହି ବର୍ଷ ଇଦ୍‌ରେ ତାଙ୍କର କୌଣସି ବି ଫିଲ୍ମ ରିଲିଜ୍‌ ହୋଇ ନାହିଁ। ଏହି କ୍ରମରେ ତାଙ୍କର ଏକ ଝଲକ ପାଇବାକୁ ଗାଲେକ୍ସି ଆପାର୍ଟମେଣ୍ଟର ବାହାରେ ଆସି ଠିଆ ହୋଇ ଗଲେ। ଗାଲେକ୍ସି ଆପାର୍ଟମେଣ୍ଟର ବାହାରେ ସଲମାନ ଖାନଙ୍କ ପ୍ରଶଂସକଙ୍କ ଭିଡ଼ ଏତେ ଅଧିକ ବଢିଗଲା କି, ଯାତାୟାତରେ ବାଧା ସୃଷ୍ଟି କଲା। 

ସନ୍ଦୀପ ରେଡ୍ଡୀ ୱାଙ୍ଗା କରିବେ ଏକ ମ୍ୟୁଜିକାଲ ଫିଲ୍ମ , ଏହି ବ୍ୟକ୍ତିଙ୍କ ବାୟୋପିକ୍‌ରେ ନିର୍ଦ୍ଦେଶନା ଦେବାକୁ ରହିଛି ଇଚ୍ଛା

ଅଧିକ ସମୟ ଯାଏ ଅପେକ୍ଷା କରିବା ପରେ ଯେବେ ସଲମାନ ଖାନ ବାହାରକୁ ଆସିଲେ ନାହିଁ, ସେତେବେଳେ ତାଙ୍କର ପ୍ରଶଂସକମାନେ ବିଚଳିତ ହୋଇ ଗଲେ। ସେମାନେ ତାଙ୍କ ଘର ବାହାରେ ହଙ୍ଗାମା କରିବାକୁ ଲାଗିଲେ। ଏହି ସମୟରେ ପୁଲିସକୁ ସଲମାନ ଖାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ଲାଠି ଚାର୍ଜ କରିବାକୁ ପଡ଼ିଲା।

ସାମ୍ନାକୁ ଆସିଥିବା ଭିଡ଼ିଓରେ ଜଣେ ପୁଲିସକର୍ମୀ ଲୋକଙ୍କୁ ଲାଠିରେ ମାରିବା ନଜର ଆସୁଛି। ସେଠାରେ ପ୍ରଶଂସକ ଲାଠିଚାର୍ଜ କାରଣରୁ ଏପଟସେପଟ ଦୌଡ଼ିବାର ଦେଖା ଯାଉଛି। ଏହି ଧାଁ ଦୌଡ଼଼ରେ କିଛି ଲୋକ ପରସ୍ପର ଉପରେ ଖସି ପଡ଼ିଛନ୍ତି। ଏଥିରେ ଆଖପାଖର ଲୋକେ ତାଙ୍କୁ ସାହାଯ୍ୟ କରନ୍ତି ଏବଂ ପୁଣି ଗାଡ଼ି ଗୁଡ଼ିକ ସେଠାରୁ ଯିବାରେ ରାସ୍ତା ଖୋଲି ଯାଏ। 

ଉଲ୍ଲେଖନୀୟ ଯେ,ଗୁରୁବାର ସଲମାନ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ନିଜର ଆଗାମୀ ଫିଲ୍ମ ସିକନ୍ଦର ର  ଟାଇଟଲ ଘୋଷଣା କରିଛନ୍ତି। ସଲମାନ ଲେଖିଛନ୍ତି , ଏହି ଇଦ୍‌ରେ ଫିଲ୍ମ ହଲ୍‌ରେ ବଡେ ମିଆଁ ଛୋଟେ ମିଆଁ  ଓ ମୈଦାନ କୁ ଦେଖ ଏବଂ ଆଗାମୀ ଇଦ୍‌ ସିକନ୍ଦରକୁ ଆସି ଭେଟ। 

କହି ରଖୁଛୁ କି, ସିକନ୍ଦର ର ନିର୍ଦ୍ଦେଶନା ମୁରୁଗାଦାସ ଦ୍ୱାରା କରାଯିବ ଏବଂ ଏହି ଫିଲ୍ମ ଇଦ୍‌ ୨୦୨୫ରେ ଫିଲ୍ମ ହଲ୍‌ରେ ରିଲିଜ ହେବ। ମନେପକାଇ ଦେଉଛୁ କି,ଏଆର୍‌ ମୁରୁଗାଦାସ୍‌ ଆମିର ଖାନଙ୍କ ଗଜନୀ ସହ ନିଜର ହିନ୍ଦୀ ଡେବ୍ୟୁ କରିଥିଲେ। ସେ ଅକ୍ଷୟ କୁମାରଙ୍କର ଫିଲ୍ମ ହଲିଡେ : ଏ ସୋଲଜର ଇଜ୍‌ ନେଭର ଅଫ୍‌ ଡ୍ୟୁଟି ମଧ୍ୟ କରି ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.