ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଆରଏସ୍‌ ନେତ୍ରୀ କେ. କବିତାଙ୍କୁ ଝଟ୍‌କା, ଏପ୍ରିଲ ୧୫ ଯାଏଁ ସିବିଆଇ ହେପାଜତକୁ ପଠାଇଲେ କୋର୍ଟ

Image Courtesy: oneindia

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍‌ ନେତ୍ରୀ କେ. କବିତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଇଡି ପରେ ସିବିଆଇ ଗିରଫ କରିଥିବା କବିତାଙ୍କୁ ପୁଣି କୋର୍ଟରୁ ଝଟକା ମିଳିଛି । ଆଜି ତାଙ୍କୁ ଏପ୍ରିଲ ୧୫ ଯାଏଁ ସିବିଆଇ ହେପାଜତକୁ ପଠାଇଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ୫ ଦିନ ପାଇଁ କବିତାଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ଆବେଦନ ଉପରେ କୋର୍ଟ ନିଜର ରାୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ । ଏବେ ୩ ଦିନ ପାଇଁ କବିତାଙ୍କୁ ସିବିଆଇ ହେପଜତକୁ ପଠାଇ ଦେଇଛନ୍ତି କୋର୍ଟ । 

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କବିତାଙ୍କୁ ସିବିଆଇ ଗିରଫ କରିଛି । ଅପରାଧିକ ଷଡ଼ଯନ୍ତ୍ର ଏବଂ ବ୍ୟାଙ୍କ ଖାତାରେ ହେରଫେର ଏବଂ ଦୁର୍ନୀତି ନିବାରଣ ଅଧିନିୟମର କେତେକ ଧାରାରେ ତାଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି । କବିତାଙ୍କୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସିବିଆଇ । 

କୋର୍ଟରେ ସିବିଆଇ ପକ୍ଷର ଓକିଲ କହିଥିଲେ ଯେ, ଆମ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଦେବା ପଛରେ କବିତାଙ୍କ ହାତ ରହିଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ସେ ଜଣେ । ଜଣେ ବଡ଼ ବ୍ୟବସାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଥିଲେ । କେଜ୍ରିଓ୍ବାଲଙ୍କ ତାଙ୍କୁ ଅବକାରୀ ନୀତି ଜରିଆରେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ଏହି ମାମଲାରେ ବହୁ ଅଭିଯୁକ୍ତଙ୍କ ବୟାନ ରେକର୍ଡ ହୋଇଛି । ହୋଟେଲ ତାଜରେ ବୈଠକ ହୋଇଥିଲା ବୋଲି ଓକିଲ କୋର୍ଟରେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.