ଜଳେଶ୍ୱର, ୭/୯ : ରାଜ୍ୟରେ ଥମୁନି ଗୋ ଚାଲାଣ। ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ପଶ୍ଚିମବଙ୍ଗକୁ ପ୍ରତ୍ୟେକ ଦିନ ହେଉଛି ଗୋ ଚାଲାଣ। ଜଳେଶ୍ୱର ନୂଆବଜାର ଜାତୀୟ ରାଜପଥରେ ପ୍ରତି ଦିନ ମାଫିଆମାନେ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରୁଥିବା ଚର୍ଚ୍ଚା ହେଉଛି। ଗୁରୁବାର ସକାଳ ୧୦ ଟାରେ ଭଦ୍ରକରୁ ପଶ୍ଚିମବଙ୍ଗକୁ ୧୦୦ରୁ ଉର୍ଦ୍ଧ୍ଵ ଗୋରୁ ଚୋରା ଚାଲାଣ ହେଉଥିଲା। ସ୍ଥାନୀୟ ଲୋକେ ଗାଡିକୁ ଖୁସି ପ୍ଲାଜ଼ା ନିକଟରେ ଅଟକାଇ ଜଳେଶ୍ୱର ପୋଲିସ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଏହି ଗୋରୁ ଗାଡି ଭଦ୍ରକରୁ ଜାତୀୟ ରାଜପଥରେ ଥିବା ବାଲେଶ୍ୱର ଶେରଗଡ଼ ଟୋଲଗେଟ, ବସ୍ତା, ଜଳେଶ୍ୱର, ଲକ୍ଷ୍ମଣନାଥ ଗେଟ୍ ଦେଇ କିପରି ପାର ହୋଇ ପଶ୍ଚିମବଙ୍ଗ ସୀମାକୁ ପହଁଚିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।