ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୁଟି ଧକ୍କାରେ ସାଇକେଲ ଆରୋହୀ ମୃତ

ମୋହନା, ୨୪।୩: ଗଜପତି ଜିଲ୍ଲା ମୋହନା ଥାନା ଦାରିଆମ୍ବ ଗାଁରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ସେହି ଗାଁର ନିବନ ଗମାଙ୍ଗ (୫୪) l 

ସାଇକେଲରେ ନିବନ ଗାଁ ରାସ୍ତାରେ ଯାଉଥିବା ବେଳେ ଅଚାନକ ଏକ ସ୍କୁଟି ଧକ୍କା ଦେଇଥିଲା l ଗୁରୁତର ଅବସ୍ଥାରେ ନିବନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.