ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଶ୍ରୀପୟରତୂଳୀ ପ୍ରସ୍ତୁତ କରୁଛନ୍ତି ଦର୍ଜୀ ସେବକ, ସ୍ନାନମଣ୍ଡପ ପାଇଁ ୧୪ ଚାନ୍ଦୁଆ

ପୁରୀ,୨୦/୦୬: ଆସନ୍ତା ୨୨ ତାରିଖ ଶନିବାର  ଦେବ ସ୍ନାନ ପୂର୍ଣ୍ଣିମା । ରତ୍ନସିଂହାସନରୁ ସ୍ନାନବେଦିକୁ  ବିଜେ କରିବେ ଦାରୁବ୍ରହ୍ମ । ସ୍ୱତନ୍ତ୍ର ବସ୍ତ୍ର ଲାଗି ହୋଇ ଶ୍ରୀବିଗ୍ରହଙ୍କ ପହଣ୍ଡି ଅନୁଷ୍ଠିତ ହେବ । ଏଣୁ ବୁଧବାର  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାରମ୍ପରିକ ଦର୍ଜୀ ସେବକ  ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଠାକୁରଙ୍କ ଶ୍ରୀପୟରତୂଳୀ,  ବିଜେତୁଳୀ, ନଳୀଭୂଜ ଓ ନାରା ଆଦି ସ୍ୱତନ୍ତ୍ର ପୋଷାକ  ତିଆରି ହେଉଛି । ଠାକୁରଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପାଇଁ  ଆବଶ୍ୟକ ଏହି ବିଶେଷ ବସ୍ତ୍ର । ଏଥିସହ ସ୍ନାନ ମଣ୍ଡପ ପାଇଁ ଆବଶ୍ୟକ ୧୪ଟି ଚାନ୍ଦୁଆ ମରାମତି କରାଯାଉଛି ।   

ସ୍ନାନବେଦୀକୁ ବିଜେ ହେବେ ଶ୍ରୀବଳଭଦ୍ର, ଦେବୀ  ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ । ଠାକୁରଙ୍କ  ଶ୍ରୀଅଙ୍ଗକୁ ସୁରକ୍ଷା ପାଇଁ ଲାଗି ହୁଏ ଶ୍ରୀପୟରତୂଳୀ ।  ପହଣ୍ଡି ସମୟରେ ଠାକୁରେ ବିଜେତୂଳୀ ଉପରେ  ବିରାଜମାନ ହେବେ । ବଡ଼ଠାକୁର ଶ୍ରୀବଳଭଦ୍ର ଓ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତ ପାଇଁ ନଳୀଭୁଜ  ତିଆରି ହେଉଛି । ଦାରୁ ଦେବତାଙ୍କ ପାଇଁ ଗଡ଼ାକନାର  ବସ୍ତ୍ର କରାଯାଇ କମରପଟି ଦେଇ ନାରା ସାହାଯ୍ୟରେ  ରୁନ୍ଧାଯିବ । ପହଣ୍ଡି ବିଜେ ସମୟରେ ଠାକୁରେ  ବାହୁଟ ଓ ସେନାପଟା ଲାଗି ହେବେ । ଦର୍ଜୀ ସେବକ  ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ଚାଲିଛି ଏହି କାମ । ୧୬ ହାତିଆ, ୧୨ ହାତିଆ ଧଳା  ଗଡାକନା ଓ ପତନୀ କନାରେ ପୋଷାକ ପ୍ରସ୍ତୁତ  ହେଉଛି । ଧଳା କନାରେ ନାଲି ଧଡ଼ି ଥାଇ ସୂତାକୁଟା  ବ୍ୟବହାର କରାଯାଉଛି । ଧଳା କନାରେ ଅଳତା  ବୁଡ଼ାଇ ସୁଖା ଗଲାପରେ କୁସୁମୀ ବସ୍ତ୍ର ପ୍ରସ୍ତୁତ  ହୁଏ । ଅତି ଶୁଦ୍ଧପୂତଭାବେ ପାରମ୍ପରିକ ଶୈଳୀରେ  ଠାକୁରଙ୍କ ବସ୍ତ୍ର ତିଆରି ହେଉଥିବା କହିଛନ୍ତି ଦର୍ଜୀ  ସର୍ଦ୍ଦାର ମହାପାତ୍ର । ୧୩ ଜଣ ଠାକୁରଙ୍କ ଏହି  ସେବାରେ ନିୟୋଜିତ ହୋଇଥିବା ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.