ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଅଗ୍ନିବୀର ଭର୍ତ୍ତି ଯୋଜନା ନେଇ ରାଜନାଥ ସିଂଙ୍କ ମନ୍ତବ୍ୟ, ‘ଆବଶ୍ୟକ ପଡ଼ିଲେ ପରିବର୍ତ୍ତନ ଲାଗି ପ୍ରସ୍ତୁତ’

Published By : Sushanta Sahu | March 28, 2024 5:22 PM

ନୂଆଦିଲ୍ଲୀ, ୨୮/୦୩: ଭାରତ ଓ ତାର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ । ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଉପରେ ଦେଶର ନାଗରିକଙ୍କ ଭରସା ରହିବା ଉଚିତ୍ । ଆଲୋଚନା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତ ତାଙ୍କ ସରକାର ଅଗ୍ନିବୀର ଭର୍ତ୍ତି ଯୋଜନାରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ।

ରାଜନାଥ ସିଂ କହିଛନ୍ତି, ସରକାର ସୁନିଶ୍ଚିତ କରିଛନ୍ତି ଅଗ୍ନିବୀରଙ୍କ ଭବିଷ୍ୟତ ସୁରକ୍ଷିତ ରହିବ । ସେନାରେ ଯୁବାବସ୍ଥା ରହିବା ଆବଶ୍ୟକ । ମୋତେ ଲାଗୁଛି ଯୁବକ ଅଧିକ ଉତ୍ସାହୀ । ସେମାନେ ଜ୍ଞାନକୌଶଳର ଉପଯୋଗ କରନ୍ତି । ଆମେ ଧ୍ୟାନ ରଖିଛୁ ଅଗ୍ନିବୀରଙ୍କ ଭବିଷ୍ୟତ ସୁରକ୍ଷିତ ହେବ, ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯିବ ।

ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ୫୦ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ବାବଦରେ କହିଛନ୍ତି । ଭାରତ-ଚୀନ ସୀମା ପ୍ରସଙ୍ଗରେ ବିରୋଧୀ ନେତାଙ୍କ ସହ ଅନ୍ୟମାନେ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ରାଜନାଥ କହିଛନ୍ତି, ଦେଶ ହିତରେ ଥିବା ସବୁକିଛି ବିରୋଧୀଙ୍କୁ ଅବଗତ କରାଯାଏ । କିନ୍ତୁ ଏଭଳି କିଛି ଅଛି ଯାହା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତାହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ । କିଛି ପ୍ରସଙ୍ଗରେ ସର୍ବସାଧାରଣରେ ମତ ରଖିହେବ ନାହିଁ ।

ସୀମା ସୁରକ୍ଷା ପ୍ରସଙ୍ଗରେ ରାଜନାଥ ସିଂହ କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଶ୍ୱସ୍ତ କରୁଛି ସେମାନେ ଆମ ସେନା ଓ ସୁରକ୍ଷା କର୍ମୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖନ୍ତୁ । ପୂର୍ବ ଲଦାଖର କିଛି ଅଞ୍ଚଳରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ବିଗତ ସାଢ଼େ ୩ ବର୍ଷ ହେଲା ସମ୍ପର୍କ ତିକ୍ତ ରହିଛି । ଉଭୟ ପକ୍ଷ ମଧ୍ୟରେ ଏକାଧିକ ବାର କୂଟନୀତିକ ଓ ସୈନ୍ୟ ଆଲୋଚନା ପରେ ଯବାନ ପଛକୁ ହଟିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.