ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କେଜ୍ରିୱାଲଙ୍କୁ ଝଟକା , ମଦ ଦୁର୍ନୀତି ମାମଲାରେ ସିବିଆଇକୁ ମିଳିଲା ୩ ଦିନିଆ ରିମାଣ୍ଡ

ନୂଆଦିଲ୍ଲୀ – ଦିଲ୍ଲୀର ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଲାଗିଛି ବଡ଼ ଝଟକା। ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ରାଉଜ ଆଭେନ୍ୟୁ ସ୍ଥିତ ଅବକାଶକାଳୀନ ସ୍ୱତନ୍ତ୍ର ବିଚାରପତି ଅମିତାଭ ରାୱତଙ୍କର କୋର୍ଟ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୫ଦିନିଆ ସିବିଆଇ ରିମାଣ୍ଡ ସମ୍ୱନ୍ଧିତ ପକ୍ଷର ଦଲିଲ ଶୁଣିବା ପରେ ବୁଧବାର ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ। ସିବିଆଇ କେଜ୍ରିୱାଲଙ୍କର ରିମାଣ୍ଡ ଦାବି କରିଥିଲା। 

ଅଦାଲତ ରାୟରେ କହିଥିଲେ- ସିବିଆଇର ଆବେଦନକୁ ୩ଦିନ ପାଇଁ ଅନୁମତି ଦିଆଯାଉଛି। କେଜ୍ରିୱାଲଙ୍କୁ ବୁଧବାର ତିହାର ଜେଲ୍‌ରୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କରାଯାଇ ଥିଲା। ଏହାପରେ ସିବିଆଇ ତାଙ୍କୁ ଗିରଫ କରିବାର ଆବେଦନ କରିଥିଲା। ଏହାକୁ କୋର୍ଟ ମଞ୍ଜୁର କରି ଥିଲେ। କେଜ୍ରିୱାଲ କୋର୍ଟ ସମ୍ମୁଖରେ ଦାବି କରିଥିଲେ କି, ସେ ଏହି ମାମଲାରେ ନିର୍ଦ୍ଦୋଷ ଅଛନ୍ତି। 

ଶୁଣାଣି ବେଳେ କେଜ୍ରିୱାଲ କୋର୍ଟଙ୍କୁ କହିଥିଲେ କି, ସିବିଆଇ ସୂତ୍ରାନୁସାରେ ମିଡ଼ିଆରେ ଦେଖାଉଛି ଯେ, ମୁଁ ସବୁ ଦୋଷ ମନୀଷ ସିସୋଦିଆଙ୍କ ଉପରେ ଲଦି ଦେଇଛି। ମୁଁ ଏମିତି କୌଣିସି ବୟାନ ଦେଇ ନାହିଁ କି ସିସୋଦିଆ ଦୋଷୀ ବା ଆଉ କିଏ ଦୋଷୀ। ମୁଁ କହିଥିଲି କି ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି ସହ ମୁଁ ବି ନିର୍ଦ୍ଦୋଷ। କେଜ୍ରିୱାଲ ଏହା ବି ଅଭିଯୋଗ କରିଥିଲେ କି, ସିବିଆଇ ଏହି ମାମଲାକୁ ସଙ୍ଗୀନ କରୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.