ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ

ନୂଆଦିଲ୍ଲୀ,୨୮/୫:ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି ସକାଳେ ଦିଲ୍ଲୀରୁ  ବାରଣାସୀ ଯାଉଥିବା ବିମାନରେ ବୋମା ଥିବାର ଧମକ ମିଳିଛି । ସକାଳ ୫ଟା ୩୫ ମିନିଟରେ ବିମାନରେ ବୋମା ଥିବା ନେଇ ଖବର ମିଳିଥିଲା। ଏହି ଖବର ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍‌ ଦେଇ ବାହାରକୁ ନିଆଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ଆଭିଏସନ ସୁରକ୍ଷା ଟିମ୍ ସହ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ବିମାନ ନିକଟରେ ପହଞ୍ଚି ଟିକନିକ୍ ଯାଞ୍ଚ କରୁଛନ୍ତି । 

ତେବେ ଇଣ୍ଡୋଗୋ ଫ୍ଲାଇଟ୍‌ ଆଜି ସକାଳେ ଦିଲ୍ଲୀରୁ ବାରଣାସୀ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା। ଏହା ପୂର୍ବରୁ ବିମାନରେ ବୋମା ଥିବା ସୂଚନା ମିଳିଲା। ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ଓହ୍ଲାଇଯିବାକୁ ସୂଚନା ଦିଆଯାଇଥିଲା। ଏହାଶୁଣି ବିମାନରୁ ଓହ୍ଲାଇବାକୁ ମେନ୍‌ ଗେଟ୍‌ ଓ ଏମରଜେନ୍ସି ଗେଟ୍ ନିକଟରେ ପ୍ରବଳ ଭିଡ଼ ଜମିଥିବା ବେଳେ ବହୁ ଯାତ୍ରୀ ଡେଇଁ ତଳକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୁଇକ୍ ରିଆକ୍ସନ ଟିମ୍ ପହଞ୍ଚିଥିବା ବେଳେ ବିମାନକୁ  ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି। ବିମାନରେ ବୋମା ଥିବା ନେଇ କିଏ ଧମକ ଦେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.