ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ: ଦୁଇ ଦିନରେ ୧୦୦ ରୋଗୀ ଚିହ୍ନଟ, ବିଏମ୍‌ସି, ସ୍ୱାସ୍ଥ୍ୟ ବିଭାଗ ଦୋଷ ଲଦାଲଦି

ଭୁବନେଶ୍ୱର,୦୨/୦୯: ରାଜଧାନୀରେ ଡେଙ୍ଗୁ ସ୍ଥିତି  ଅଣାୟତ୍ତ । ଗତ ଦୁଇଦିନରେ ୧୦୦ ପାଖାପାଖି ରୋଗୀ ଚିହ୍ନଟ ହେଲେଣି । ଶନିବାର ୫୯ ରୋଗୀ ଚିହ୍ନଟ  ହୋଇଥିଲେ । ରବିବାର ୫୪୦ ଟେଷ୍ଟିଂ ହୋଇଥିବାବେଳେ ୪୦ ରୋଗୀ  ଚିହ୍ନଟ ହୋଇଛନ୍ତି । ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଚିନ୍ତା ଘାରିଛି । ଲୋକେ  ଆତଙ୍କିତ ଅବସ୍ଥାରେ ଅଛନ୍ତି । ମାତ୍ର  ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ପରସ୍ପରକୁ  ଦୋଷାରପ କରିଚାଲିଛନ୍ତି । 

ଖୋର୍ଦ୍ଧା ଜିଲ୍ଲାରୁ ଆଜି ପର୍ଯ୍ୟନ୍ତ  ୧୩୪୭ ରୋଗୀ ଚିହ୍ନଟ ହେଲେଣି ।  ସେଥିରୁ ଖୋର୍ଦ୍ଧା ଗ୍ରାମାଞ୍ଚଳର ୨୫୮  ଥିଲାବେଳେ ଭୁବନେଶ୍ୱରରେ ୧୦୩୫  ରହିଛି । ଅନ୍ୟ ଜିଲ୍ଲାରୁ ୫୪ ଜଣ  ଚିହ୍ନଟ ହୋଇଛନ୍ତି । ପଟିଆ ଅଞ୍ଚଳରେ  ରୋଗୀ ସଂଖ୍ୟା ୬୦ରେ ପହଞ୍ଚିଲାଣି। ସାଲିଆ ସାହିରେ ୪୦, ସହିଦ  ନଗରରେ ୩୬, ଖଣ୍ଡଗିରିରେ  ୩୫, ଚନ୍ଦ୍ରଶେଖରପୁରରେ ୩୦,  ଆଇଆରସି ଭିଲେଜରେ ୨୪, ଜୟଦେବ ବିହାରରେ ୨୪ ଓ  ପଳାଶୁଣୀରେ ୧୫ ଚିହ୍ନଟ ହୋଇଛନ୍ତି ।  କ୍ୟାପିଟାଲ ହସ୍ପିଟାଲ୍‌ରେ ଆଜି ୧୮  ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 

ଦିନକୁ ଦିନ ଡେଙ୍ଗୁ ସ୍ଥିତି ସଙ୍ଗୀନ  ହେବାରେ ଲାଗିଛି । ତଥାପି ବିଏମ୍‌ସି  ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିଦ  ଭାଙ୍ଗୁନି । ସ୍ୱାସ୍ଥ୍ୟ ବିଭାଗ କହୁଛି,  ବିଏମ୍‌ସି ମଶା ବଂଶ ନିପାତ  କରିବାରେ ବିଫଳ । ଆଉ ବିଏମ୍‌ସି  କହୁଛି, ଡେଙ୍ଗୁ ନିୟନ୍ତ୍ରଣ ନେଇ  ଜନସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଛି ।  ଉଭୟ ବିଭାଗ ପରସ୍ପର ଉପରେ  ଦୋଷ ଲଦି ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.