ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

ଫିରିଙ୍ଗିଆ ୦୪/୦୫: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମ ହେବାରେ ଲାଗିଛି ରାଜନୀତି I ଗୋଟେ ପଟେ ବିଭିନ୍ନ ଦଳର ପ୍ରଚାର ପ୍ରସାର ଜାରି ରହିଥିବା ବେଳେ ଅନ୍ୟପଟେ ଚଳିତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜାରି ରହିଛି । ଜିଲ୍ଲା ପୋଲିସ ମୁଖିଆ ଓ ଜିଲ୍ଲାପାଳଙ୍କ ନିର୍ଦେଶରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶାସନର ତୀକ୍ଷ୍ଣ ନଜର ରହିଛି I ତେବେ ଏହି ପରିପ୍ରେକ୍ଷୀରେ ଶନିବାର ସକାଳୁ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ପୋଲିସ, ଅବକାରୀ ବିଭାଗ, ବନବିଭାଗ ଓ ପରିବହନ ବିଭାଗ ମିଳିତ ଭାବରେ ଚଢ଼ାଉକରି ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ ସେହି ଯାଗାରୁ ବିପୁଳ ପରିମାଣରେ ମହୁଲ ପୋଚ ସହ ୨୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି I ତେବେ ଜବତ ମଦ ଓ ପୋଚର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି I ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । 

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ିଏସପି ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ପରିବହନ ବିଭାଗର ଏମଭିଆଇ ଶିବାନୀ ମାଝୀ, ବନବିଭାଗ ଏସିଏଫଙ୍କ ସହ ସମସ୍ତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.