ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଫିଲ୍ମ ସୁଟିଂକୁ ନେଇ ଲାଗିଲା ଟ୍ରାଫିକ୍ ଜାମ୍, ଧନୁଷଙ୍କ ନାଁରେ ଅଭିଯୋଗ କଲେ ଶ୍ରଦ୍ଧାଳୁ

Published By : Prameya | February 1, 2024 6:00 PM

ନୂଆଦିଲ୍ଲୀ,୧/୨ :  ସାଉଥର ସୁପରଷ୍ଟାର ଧନୁଷ ନିଜ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଧନୁଷ ଶେଷ ଥର ଲାଗି ‘କ୍ୟାପଟେନ ମିଲର’ରେ ଦେଖାଯାଇଥିଲେ । ଏବେ ସେ ନିର୍ଦେଶକ ଶେଖର କମ୍ମୁଲାଙ୍କ ସହ ନିଜର ପ୍ରଥମ ତେଲୁଗୁ ଫିଲ୍ମ‘ଡି୫୧‘ର ସୁଟିଂ କରୁଛନ୍ତି । ମଙ୍ଗଳବାର ଧନୁଷ ତିରୁପତି ମନ୍ଦିରରେ ଫିଲ୍ମର ସୁଟିଂ କରୁଥିବା ନଜର ଆସିଥିଲେ । ଏହି କାରଣରୁ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ।

‘ଡି୫୧‘ ଫିଲ୍ମର ସୁଟିଂରୁ ସାମ୍ନାକୁ ଆସିଥିବା ଭିଡ଼ିଓରେ ତିରୁପତି ବାହାରେ ଭାରି ଭିଡ଼ ଦେଖାଯାଉଛି । କିଛି ଜଣ ଭଗବାନଙ୍କ ଦର୍ଶନ କରିବାକୁ ଆସିଥିବାବେଳେ ଆଉ କିଛି ଧନୁଷଙ୍କ ସୁଟିଂ ଦେଖିବାକୁ ଜମା ହୋଇଥିଲେ । ଫଳରେ ରାସ୍ତାରେ ଟ୍ରାଫିକ୍ ଜାମ୍ ଲାଗିଯାଇଥିଲା । ଅଲପିରିର ହରେ ରାମା ହରେ କୃଷ୍ଣା ରୋଡ଼ରେ ଲାଗିଥିବା ଏହି ଜାମ୍‌ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖି ହେବାକୁ ପଡ଼ିଛି ।

ଏହି ରୋଡ଼ରେ ତିରୁପତି ଯିବାକୁ ଶ୍ରଦ୍ଧାଳୁଙ୍କୁ ଡାଇଭର୍ଟ କରାଯାଇଥିଲା । ଗୋଟିଏ ପଟେ ଯାତ୍ରୀମାନେ ଯାଉଥିଲେ ଏବଂ ଅନ୍ୟପଟେ ରୋଡ଼ ସୁଟିଂ କାରଣରୁ ବନ୍ଦ ଥିଲା । ଧନୁଷ ଏବଂ ଫିଲ୍ମର ସୁଟିଂ ଦେଖିବାକୁ ଜମା ହୋଇଥିବା ଭିଡ଼ ଲୋକମାନଙ୍କୁ ଅସୁବିଧାରେ ପକାଇଥିଲା । ଏପରିସ୍ଥଳେ କିଛି ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ପୋଲିସ ଧନୁଷଙ୍କ ଫିଲ୍ମର ସୁଟିଂକୁ ଅଟକେଇ ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.