ନୂଆଦିଲ୍ଲୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବିରୋଧୀ ଶାସିତ ରାଜ୍ୟ ଗୁଡ଼ିକୁ କଲେ ଟାର୍ଗେଟ୍। କହିଲେ ,ବେକାରୀ ହାର ବୃଦ୍ଧି ( ବିଶେଷକରି ଯୁବ ପିଢିଙ୍କ ମଧ୍ୟରେ)କୁ ମୁକାବିଲା କରିବାରେ ବିରୋଧୀ ଶାସିତ ରାଜ୍ୟର ଅସମର୍ଥତା ଯୋଗୁଁ ,ଏହା (ବେକାରୀ) ବିପଜ୍ଜନକ ସ୍ଥିତିରେ।
ଧର୍ମେନ୍ଦ୍ର ଜୁଲାଇ ୨୦୨୩ରୁ ଜୁନ୍ ୨୦୨୪ ଯାଏ ଅବଧିକୁ କଭର କରୁଥିବା ପର୍ଯ୍ୟାୟକ୍ରମେ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲଏଫଏସ)ର ତଥ୍ୟ ମୁତାବିକ, ବିରୋଧୀ ଶାସିତ ରାଜ୍ୟ ଗୁଡ଼ିକରେ ଚାକିରି ସୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ଅସମାନତାକୁ ଦର୍ଶାଇଛନ୍ତି। ସର୍ବେକ୍ଷଣ ଅନୁସାରେ , ବିରୋଧୀ ଶାସିତ ରାଜ୍ୟ କେରଳରେ ସାରା ଦେଶର ସବୁଠୁ ଅଧିକ ଯୁବବର୍ଗ ବେକାରୀ ହାର ରେକର୍ଡ କରାଯାଇଛି।
ରିପୋର୍ଟ ଆଧାରରେ , ୧୫-୨୯ ବୟସ ବର୍ଗରେ ମୋଟ ବେକାରୀ ହାର ୨୯.୯ ପ୍ରତିଶତ ଥିଲା। ଲିଙ୍ଗ ଭିତ୍ତିକ ଅସମାନତା ବିଶେଷ ରୂପେ ବିପଜ୍ଜନକ ,ରାଜ୍ୟରେ ୪୭.୧ ପ୍ରତିଶତ ମହିଳା ଓ ୧୭.୮ ପ୍ରତିଶତ ପୁରୁଷ ବେକାରୀ ଅଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଯୁବପିଢି ,ବିଶେଷ ରୂପେ ମହିଳାଙ୍କ ଭବିଷ୍ୟତ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି , ଯାହାଙ୍କ ବିଷୟରେ ସେ ଦାବି କରିଛନ୍ତି ଯେ, ସେମାନଙ୍କୁ ସରକାରଙ୍କ ଦ୍ୱାରା ଉପେକ୍ଷା କରାଯାଇଛି। ସେ କହିଛନ୍ତି , ଏହି ରାଜ୍ୟ ନିଜର ହିଁ ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତିର ଭାରରେ ଚାପି ହୋଇଛନ୍ତି।
କେନ୍ଦ୍ରମନ୍ତ୍ରୀ ବିରୋଧୀ ଦଳ ଗୁଡ଼ିକ ଉପରେ ନିଜ ନିଜର ରାଜ୍ୟକୁ ଋଣଗ୍ରସ୍ତ କରାଇ ଖାଲି ପ୍ରତିଶ୍ରୁତି ମାଧ୍ୟମରେ ଭୋଟ କିଣାକୁ ପ୍ରାଥମିକତା ଦେଉଥିବାର ଦୋଷାରୋପ କରିଛନ୍ତି। ସେ ଏହାକୁ ଅକ୍ଷମଣୀୟ ବିଶ୍ୱାସଘାତ ଭାବେ କହିଛନ୍ତି , ଯେଉଁଥିରେ ଯୁବବର୍ଗ ବେକାରୀ ଓ ନିରାଶରେ ଦିନ ବିତାଉଛନ୍ତି। କେନ୍ଦମନ୍ତ୍ରୀ ଏହି ସବୁ ରାଜ୍ୟର ସରକାରୀଙ୍କୁ କେବଳ ଅକ୍ଷମ ନୁହେଁ , ବିପଜ୍ଜନକ ଦର୍ଶାଇଛନ୍ତି।
ଏହାର ବିପରୀତ ଧର୍ମେନ୍ଦ୍ର ପ୍ରଧାନ ଜୋର ଦେଇ କହିଛନ୍ତି , ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଶାସନ ଓ ଆର୍ଥିକ ପରିଚାଳନା ସ୍ଥିର ରହିଛି। ସେ ମଧ୍ୟ ପ୍ରଦେଶ ଓ ଗୁଜରାଟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି , ଯେଉଁଠି ଯୁବ ବେକାରୀ ହାର ଯଥାକ୍ରମେ କ୍ରମଶଃ ୨.୬ ପ୍ରତିଶତ ଓ ୩.୩ ପ୍ରତିଶତ ରହିଛି। ସେ କହିଛନ୍ତି ବିଜେପି ଯୁବବର୍ଗଙ୍କୁ ସଶକ୍ତ କରିବା ଓ ରୋଜଗାର ସୃଷ୍ଟି କରିବା ପାଇଁ କାମ କରିଥାଏ , ଅନ୍ୟପଟେ ବିରୋଧି ଦଳ କୁପ୍ରବନ୍ଧନ ( ପରିଚାଳନାଗତ ତ୍ରୁଟି) ଓ ମିଛ ପ୍ରତିଶ୍ରୁତିରେ ଘାଣ୍ଟି ହେଉଛନ୍ତି।