ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧୁମେହରେ ପୀଡିତ ରୋଗୀ ଖାଉଛନ୍ତି କି କଲରା? ହୋଇଯାଆନ୍ତୁ ସାବଧାନ

କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ମଧୁମେହ ସହ ଆହୁରି ଅନ୍ୟ ରୋଗ ପାଇଁ ମଧ୍ୟ କଲରା ଅତ୍ୟନ୍ତ ଲାଭଦାୟକ। କଲରା ଖାଇବା ଦ୍ୱାରା ପାଚନ ଏବଂ ଆଖି ସହ ଜଡିତ ସମସ୍ୟା ଦୂର ହୋଇଥାଏ। ଏଥିସହ ସହ ଇମ୍ୟୁନିଟି ମଧ୍ୟ ମଜବୁତ ହୁଏ। କଲରାର ଜୁସ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ କିନ୍ତୁ ଏହାର ଅଧିକ ମାତ୍ରାରେ ସେବନ ହାନିକାରକ ସାବ୍ୟସ୍ତ ହୋଇପାରେ। କଲରାକୁ ମୋମୋର୍ଡିକା ଚରଂଟିଆ ମଧ୍ୟ କୁହାଯାଏ। ଏକ ଚାରା ଅଛି ଯାହା ଏହାର ସ୍ୱାଦ ଭଳି। ଏହା  ଆହୁରି ପିତା ହୋଇଥାଏ। ଏସିଆ, ଦକ୍ଷିଣ ଆମେରିକା, କେରିବିୟନ୍ ଏବଂ ପୂର୍ବ ଆଫ୍ରିକା ସହିତ ଆହୁରି ଅନ୍ୟକ୍ଷେତ୍ରରେ ଏହି ପରିବାର ଚାଷ କରାଯାଉଛି। 

ସ୍ୱାସ୍ଥ୍ୟ ହିସାବରେ ବହୁତ ଲୋକଙ୍କୁ କଲରା ଖାଇବାକୁ ଉପଦେଶ ଦିଆଯାଇଥାଏ। କଲରା ବହୁତ ଗୁଡିଏ ପୋଷକତତ୍ତ୍ୱରେ ଭରପୁର। ଏହା ରକ୍ତରେ ଶର୍କରାର ପରିମାଣକୁ କମ୍ କରିଥାଏ। ବହୁ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ,  ମଧୁମେହ ରୋଗୀଙ୍କ ପାଇଁ କଲରା ଖାଇବା ଲାଭପ୍ରଦ ଅଟେ। ଯଦି କୌଣସି ବ୍ୟକ୍ତିର ମଧୁମେହର ପରିମାଣ କମ୍ ରହିଛି ତେବେ କଲରାର ଜୁସ୍ ପିଇବା ଅନୁଚିତ୍। ଏହାଦ୍ୱାରା ଶରୀରରେ ଶର୍କରାର ପରିମାଣ କମ୍ ହୋଇଯାଇଥାଏ ଏବଂ ହାଇପୋଗ୍ଲାଇସୀମିଆ ହୋଇଥାଏ। ଯଦି ମଧୁମେହ ରୋଗୀ ଶରୀରରେ ଶର୍କରା କମିଯାଏ, ତାଙ୍କୁ ମିଠା ଖାଇବା ସହ ଆରାମ ନେବାକୁ ଉପଦେଶ ଦିଆଯାଇଥାଏ। 

କଲରା ଶରୀରରେ ଶର୍କରାରର ପରିମାଣ କମାଇଥାଏ। କଲରାରେ ଏପରି ଗୁଣ ରହିଛି ଯାହା ଶରୀରରେ ଇଂସୁଲିନର ମାତ୍ରା କମ୍ କରିଥାଏ। କଲରା ମଧୁମେହର ଔଷଧ ନୁହେଁ, କିନ୍ତୁ ଏହା ରକ୍ତରେ ଶର୍କରାର ପରିମାଣ କମାଇ ମଧୁମେହକୁ ନିୟନ୍ତ୍ରିତ କରି ରଖିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.