ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

SBIକୁ ସୁପ୍ରିମକୋର୍ଟଙ୍କ ତାଗିଦ୍, ଗୁରୁବାର ସୁଦ୍ଧା ୟୁନିକ୍ ବଣ୍ଡ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପୁଣି ଥରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ତାଗିଦ୍ କରିଛନ୍ତି । ପଚାରିଛନ୍ତି ନିର୍ବାଚନୀ ବଣ୍ଡ ସହ ଜଡ଼ିତ ସମ୍ପୂର୍ଣ୍ଣ ତଥ୍ୟ କାହିଁକି ଦିଆଗଲା ନାହିଁ । ମାମଲାରେ ସୁପ୍ରିମକୋର୍ଟ ୨୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଏସବିଆଇକୁ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଏସବିଆଇ ଅଧ୍ୟକ୍ଷଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଯେଉଁଥିରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଥିବ ଏବଂ କିଛି ଲୁଚାଯାଇ ନଥିବ । ସୁପ୍ରିମକୋର୍ଟ କହିଛନ୍ତି, ଏସବିଆଇରୁ ତଥ୍ୟ ପାଇବା ପରେ ନିର୍ବାଚନ ଆୟୋଗ ତୁରନ୍ତ ଏହାକୁ ୱେବସାଇଟରେ ସୂଚନା ସାର୍ବଜନୀନ କରିବେ ।

ଏସବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ ପକ୍ଷ ରଖିଥିଲେ । ସିଜେଆଇ ପ୍ରଶ୍ନ କରିଥିଲେ ଯେ, 'ଆମେ ସମସ୍ତ ତଥ୍ୟ ପ୍ରକାଶ କରିବାକୁ କହିଥିଲୁ, ଏଥିରେ ବଣ୍ଡ ନମ୍ବର ରହିବାର ଥିଲା, କିନ୍ତୁ ସୂଚନା ଅସମ୍ପୂର୍ଣ୍ଣ ଅଟେ । ଗୁରୁବାର ସୁଦ୍ଧା ବଣ୍ଡ ନମ୍ବର ସହ ସମସ୍ତ ତଥ୍ୟ ଦେବା ଲାଗି ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ସଞ୍ଜୀବ ଖନ୍ନା କହିଥିଲେ, ଆମେ ଥରେ ନିର୍ଦ୍ଦେଶ ଦେଲୁ । ଆମେ ଯାହା କରୁଛୁ ଅନେକ ପ୍ରସଙ୍ଗ ଓ ସମସ୍ୟାର ସମାଧାନ ବାହାରିବ । ମାମଲାରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଜନୈତିକ ଦଳ ତରଫରୁ କହିଥିଲେ, ଚାନ୍ଦା ଦେଇଥିବା ସଂସ୍ଥାର ନାଁ ଖୁଲାସା କରିବା ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ନେଇ ଜଷ୍ଟିସ୍ ଗବଈ କହିଥିଲେ, ଆମେ ଏବେ ରିଭ୍ୟୁ କରିବା ଲାଗି ବସି ନାହୁଁ ।

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.