ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କରୋନା ଠାରୁ ୭ ଗୁଣା ମାରାତ୍ମକ ହୋଇପାରେ ଏହି ରୋଗ, ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ...

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱକୁ ନିଜ କବଳରେ ରଖିଥିଲା । ଏହାର ସ୍ମୃତି ଏବେବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । ତେବେ ବର୍ତ୍ତମାନ ସମୟରେ ଆମେ ଏହି ମହାମାରୀରୁ ସୁସ୍ଥ ହୋଇଥିଲେ ମଧ୍ୟ ଏବେ ବୈଜ୍ଞାନିକମାନେ ଏକ ସମ୍ଭାବ୍ୟ ମହାମାରୀ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ମହାମାରୀକୁ 'ଡିଜିଜ୍ X' ନାମରେ ନାମିତ କରିଛି । WHO ଚେତାବନୀ ଦେଇଛି ଯେ ଏହି ମହାମାରୀ ବିଶ୍ୱରେ ଏବେ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି । ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହାକୁ ନେଇ କହିଛନ୍ତି ଯେ, 'ଶୀଘ୍ର ଏକ ନୂତନ ମହାମାରୀ ସୃଷ୍ଟି ହୋଇପାରେ । କୋଭିଡ୍ 19 ଅପେକ୍ଷା ଏହା ଅଧିକ ମାରାତ୍ମକ ହୋଇପାରେ । 

୧୯୧୮ ରୁ ୧୯୨୦ ମସିହାରେ ସ୍ପେନିଶ୍ ଫ୍ଲୁ ଦୁନିଆରେ ହାହାକାର ସୃଷ୍ଟି କରିଥିଲା । ଏହି କାରଣରୁ ସମଗ୍ର ବିଶ୍ୱରେ ୫ କୋଟି ଲୋକ ପ୍ରାଣ ହରାଇଥିଲେ । 'ଡିଜିଜ୍ X' କାରଣରୁ ଏହି ସଂଖ୍ୟାରେ ମୃତ୍ୟୁ ହେବାର ଆଶଙ୍କା ରହିଛି । ୟୁକେର ଭ୍ୟାକସିନ୍ ଟ୍ୟାକ୍ସଫୋର୍ସର ଅଧ୍ୟକ୍ଷଙ୍କ ଅନୁସାରେ ଡିଜିଜ୍ X କରୋନା ଭାଇରସ ଠାରୁ ୭ ଗୁଣା ଅଧିକ ବିପଦପୂର୍ଣ୍ଣ ମହାମାରୀ ହୋଇପାରେ । ଏହା ପ୍ରାୟ ୫ କୋଟି ଲୋକଙ୍କ ଜୀବନ ନେଇପାରେ । 

 WHO ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଯୋଗୁଁ ପ୍ରାୟ ୭୦ ଲକ୍ଷ ମୃତ୍ୟୁ ଘଟିଛି । ଏହି ମହାମାରୀ ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ 'ଡିଜିଜ୍ ଏକ୍ସ' କରୋନା ଅପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏବେ ଆସନ୍ତୁ ଜାଣିବା ଏହି ଡିଜିଜ୍ X କଣ ? 

ଏହା ସଂକ୍ରମଣ ମାଧ୍ୟମରେ ବ୍ୟାପିଥାଏ । ଡାକ୍ତରୀ ବିଜ୍ଞାନ ମଧ୍ୟ ଏ ବିଷୟରେ ଅବଗତ ନାହିଁ । WHO ଅନୁଯାୟୀ, 'ଡିଜିଜ୍ X' ଏକ ନୂତନ ଜୀବାଣୁ ଯାହାର କୌଣସି ଉପଶମ ନାହିଁ । ଏହା ଜୀବାଣୁ, ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ ମଧ୍ୟ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ, ଅନ୍ୟ ରୋଗ ବିସ୍ତାର ହେତୁ ଏହା ହୁଏ । ଏହା RNA ଜୀବାଣୁ ପରି ଜୁନୋଟିକ୍ ରୋଗ ସହିତ ଜଡିତ ହୋଇପାରେ । ଏହା ବନ୍ୟ କିମ୍ବା ଗୃହପାଳିତ ପଶୁମାନଙ୍କ ଦେହରେ ଦେଖାଦେବ ଏବଂ ଏହା ମଣିଷଙ୍କ ଦେହକୁ ସଂକ୍ରମଣ କରିବ ବୋଲି ଆଶା କରାଯାଉଛି । 

ବ୍ରିଟେନର ଭ୍ୟାକସିନ ଟାସ୍କଫୋର୍ସର ଅଧ୍ୟକ୍ଷ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ପାଇଁ ବିଶ୍ୱ ପ୍ରସ୍ତୁତ ହେବା ଆବଶ୍ୟକ । ରେକର୍ଡ ସମୟରେ ଡୋଜ ଦେବାକୁ ପଡିବ । ଏହା ଇବୋଲା ଭଳି ସଂକ୍ରାମକ ହେବାକୁ ଯାଉଛି, ଯାହାର ମୃତ୍ୟୁ ହାର ୬୭ ପ୍ରତିଶତ ରହିଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.