ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରର ହାଡ ରହିବ ମଜବୁତ୍

ହାଡ ଆମ ଶରୀରର ସ୍ତମ୍ଭ ଭଳି ହୋଇଥାଏ, ଯାହା ଉପରେ ଆମର ସମ୍ପୂର୍ଣ୍ଣ ଶରୀର ଠିଆ ହୋଇଥାଏ। ହାଡ ମଜଭୁତ ରହିଲେ , ଶରୀର ମଧ୍ୟ ମଜଭୁତ ରହିବ। ହାଡକୁ ମଜଭୁତ ରଖିବା ପାଇଁ ଏକ ସନ୍ତୁଳିତ ଆହାର ସହ କାଲସିୟମର ଭରପୁର ମାତ୍ରାରେ ଗ୍ରହଣ କରିବା ଆବଶ୍ୟକ। ଏହାଛଡା ଉକ୍ତ ଖାଦ୍ୟରେ ପୋଷଣତତ୍ତ୍ୱ, ପ୍ରୋଟିନ, ଭିଟାମିନ ଏବଂ ଅନ୍ୟ ଖଣିଜତତ୍ତ୍ୱ ରହିବା ମଧ୍ୟ ଆବଶ୍ୟକ । କାରଣ ଏହିସବୁ ହାଡକୁ ମଜଭୁତ ରଖିବାରେ ସହାୟକ ହୋଇଥାନ୍ତି।

ବୟସ ବଢିବା ସହ ଆମ ହାଡ ମଧ୍ୟ ଧିରେ ଧିରେ ଦୁର୍ବଳ ହୋଇଥାଏ। ଏପରି ସମୟରେ କେଉଁ ଖାଦ୍ୟ ଖାଇଲେ ଆବଶ୍ୟକୀୟ କାଲସିୟମ, ଭିଟାମିନ ଡି, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ ମିଳିପାରିବ ଆସନ୍ତୁ ସେ ବିଷୟରେ ଜାଣିବା। ଏହା ହାଡର କ୍ଷତିକୁ ରୋକିବା ସହ ଅଷ୍ଟିଓପୋରୋସିସର ବିପଦକୁ କମ୍ କରିଥାଏ।  ବ୍ରୋକଲି ,ପାଳଙ୍ଗ, କୋଲାର୍ଡ ଏବଂ ମେଥି ଭଳି ସବୁଜ ପନିପରିବା କାଲସିୟମ୍, ଭିଟାମିନ୍ କେ ଏବଂ ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ। ଭିଟାମିନ୍-କେ ହାଡର ସ୍ୱାସ୍ଥ୍ୟରେ ଏକ ମହତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ। ଯାହାଦ୍ୱାରା ଫ୍ରାକ୍ଚର୍ ହେବାର ବିପଦ ଦୂର  ହୋଇଥାଏ।  ସେହିପରି ଅଖରୋଟ, ବାଦାମ, କାଜୁ, ପିସ୍ତା ସମେତ ପଖାପାଖି ସବୁ ଡ୍ରାଏ ଫ୍ରୁଟ୍ସ କେଲସିୟମ୍, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ ରେ ଭରପୁର ହୋଇଥାଏ। ପ୍ରତ୍ୟେକଦିନ ଡ୍ରାଏ ଫ୍ରୁଟ୍ସର ସେବନ କରିବାଦ୍ୱାରା ହାଡର ଘନତ୍ୱରେ ସୁଧାର ଆସିଥାଏ।

ଡ୍ରାଏ ଫ୍ରୁଟ୍ସ ଭଳି ବୀଜ ବା ମଞ୍ଜି ଯେପରିକି ଚିୟା ସିଡ୍, ଅଳସୀ, ତରଭୁଜ, ଖରଭୁଜ ଏବଂ ସୂର୍ଯ୍ୟମୂଖୀର ମଞ୍ଜିରେ ମଧ୍ୟ କେଲସିୟମ୍, ମ୍ୟାଗ୍ନେସିୟମ ଭଳି ଖଣିଜ ପଦାର୍ଥରେ ଭରପୁର ରହିଥାଏ , ଯାହା ହାଡକୁ ମଜଭୁତ ରଖିଥାଏ। ଏଗୁଡିକର ଦୈନିକ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଯଦି ଆପଣ ସକାଳର ଖାଦ୍ୟରେ ମଞ୍ଜି ଖାଉଛନ୍ତି ତେବେ ଏହା ଆପଣଙ୍କ ହାଡ ଏବଂ ଶରୀର ପାଇଁ ବହୁତ ଲାଭଦାୟକ। ସାଲ୍ମନ୍, ଟୂନା ଏବଂ ସାର୍ଡିନ୍ ଭଳି ଫ୍ୟାଟି ଫିସ ଭିଟାମିନ ଡିର ଏକ ଭଲ ସୁତ୍ର ଅଟେ। ଯାହା ଶରୀରକୁ କେଲ୍ସିୟମ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଭାବରେ ଫ୍ୟାଟି ଫିସର ସେବନ ଦ୍ୱାରା ଅଷ୍ଟିଓପୋରୋସିସ ଏବଂ ଫ୍ରାକ୍ଚରର ବିପଦ କମିଥାଏ। କ୍ଷୀର, ପନିର ଏବଂ ଦହି କାଲସିୟମର ଏକ ଉତ୍ତମ ସୂତ୍ର। ଏଥିରେ ଥିବା ଖଣିଜ ପଦାର୍ଥ ହାଡକୁ ମଜଭୁତ ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ନିୟମିତ ରୂପରେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବାଦ୍ୱାରା ଫ୍ରାକ୍ଚର ଓ ଅଷ୍ଟିଓପୋରୋସିସର ବିପଦ ଦୂର ହୋଇଥାଏ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.