ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ପଶିଲା ଇଡି, ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଝିଅ ବିରୁଦ୍ଧରେ ମାମଲା ରୁଜୁ

Image Courtesy: hindustantimes

ଥିରୁଅନନ୍ତପୁରମ୍‌: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳରେ ବଡ଼ ଆକ୍ସନ ନେଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବୀଣା ଏବଂ ତାଙ୍କ ସ୍ବାମୀତ୍ବ ଥିବା ଆଇଟି କମ୍ପାନି ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ଇଡି । ନ୍ୟୁଜ ଏଜେନ୍ସି ପିଟିଆଇରେ ଏହି ଖବର ପ୍ରକାଶ ପାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଇଡି ସ୍କାନରକୁ ଆସିବା ପରେ ରାଜ୍ୟରେ ଏବେ ରାଜନୀତି ସରଗରମ ହୋଇଛି । 

 ସେପଟେ ପିନାରାଇ ବିଜୟନଙ୍କୁ ଟାର୍ଗେଟ କରିଛି ବିଜେପି । ଏକ ମିନେରାଲ୍‌ ଫାର୍ମ ସହ ବେଆଇନ ଦେଣନେଣକୁ ନେଇ ଟି. ବୀଣାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଇଡି । SFIO ପକ୍ଷରୁ ଅଭିଯୋଗ ପାଇବା ପରେ ଏହି ମାମଲାରେ ଛାନଭିନ୍‌ କରୁଥିଲା ଆୟକର ବିଭାଗ ।   ତଦନ୍ତରୁ ଜଣାପଡ଼ିଥିଲା ଯେ, କୋଚିନ ମିନେରାଲସ୍‌ ଋଟାଇଲ ଲିମିଟେଡ୍‌ ବୀଣାଙ୍କ କମ୍ପାନି ଏକ୍ସାଲୋଜିକ୍ସ ସଲ୍ୟୁସନକୁ ୨୦୧୮-୧୯ରେ ୧.୭୨ କୋଟି ଟଙ୍କା ଦେଇଥିଲା । ସେତେବେଳେ ଏହି ଆଇଟି ଫାର୍ମ କୌଣସି ସେବା ଦେଉନଥିଲା ।

 


ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ଝିଅ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ସିପିଆଇ (ଏମ) ପକ୍ଷରୁ ହେଉଥିବା ତଦନ୍ତରେ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଏବେ ଇଡି ମାମଲା ରୁଜୁ କରିବା ପରେ ଏହାକୁ ରାଜନୀତି ପ୍ରଣୋଦିତ ବୋଲି ସିପିଆଇ (ଏମ) ପକ୍ଷରୁ ଅଭିଯୋଗ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.