ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ ବିରୁଦ୍ଧରେ ଇଡିର ବଡ଼ ଆକ୍ସନ୍‌; କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ସାଂସଦଙ୍କ ଘରେ ଚଢ଼ାଉ

Image source: TV9

ନୂଆଦିଲ୍ଲୀ,୦୬/୦୨: ଆମ୍‌ ଆମ୍ ଆଦମୀ ପାର୍ଟି ନେତାଙ୍କ ଘରେ ଇଡି ଚଢ଼ାଉ ଏବେ ଏକ ଟ୍ରେଣ୍ଡ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଦଳ ୧୨ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛନ୍ତି। ଯେଉଁ ଆପ୍‌ ନେତାମାନଙ୍କ ଘରେ ଇଡି ଚଢ଼ାଉ କରିଛି, ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଏନ୍‌ଡି ଗୁପ୍ତାଙ୍କ ସମେତ ଅନେକ ନାଁ ରହିଛି। ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଘରେ ମଧ୍ୟ ପହଞ୍ଚିଛି ଇଡି।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପ୍ରାୟ ୧୨ ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଅର୍ଥ ହେରଫେର ମାମଲାରେ ଇଡି ଟିମ୍ ଏହି ଚଢ଼ାଉ କରୁଛି। ଇଡି ଟିମ୍‌ ଆମ୍ ଆଦମୀ ପାର୍ଟିର ସାଂସଦ ଏନଡି ଗୁପ୍ତା, କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭ କୁମାରଙ୍କ ଘରେ ପହଞ୍ଚିଛି। ତମାମ ବ୍ୟକ୍ତିଙ୍କ ଘରେ ଖୋଳତାଡ଼ କରୁଛି ଇଡି।

ଅତିଶୀଙ୍କ ଖୁଲାସାରୁ ଚଢ଼ାଉ:

କହିରଖୁଛୁ ଯେ, ଅତିଶି ସକାଳ ୧୦ଟାରେ ଇଡିକୁ ନେଇ କିଛି ଖୁଲାସା କରିବାକୁ ଯାଉଥିଲେ। ଏହା ପୂର୍ବରୁ ଇଡି ଦଳ ଚଢ଼ାଉ ଆରମ୍ଭ କରିଥିଲା। ଆମ୍ ଆଦମୀ ପାର୍ଟି, ଦିଲ୍ଲୀର ଏକ୍ସ ଆକାଉଣ୍ଟରୁ ସୋମବାର ଅତିଶୀଙ୍କ ଏହି ପ୍ରେସ ସମ୍ମିଳନୀକୁ ନେଇ ପୂର୍ବରୁ ସୂଚନା ଦେଇଥିଲେ, ତେବେ ଆତିଶୀ ଆଜି ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିବା ପୂର୍ବରୁ ଇଡି ଅନେକ ଆପ୍‌ ନେତାଙ୍କ ଘରେ ଚଢ଼ାଉ ଆରମ୍ଭ କରିଥିଲା।

ବଢ଼ିଲା କେଜରିଓ୍ବାଲଙ୍କ ସମସ୍ୟା:

ଆପଣଙ୍କୁ କହିରଖୁଛୁ ଯେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅର୍ଥ ହେରଫେର ମାମଲାରେ ସେମାନଙ୍କର ଅନେକ ନେତା ହାଜତ ଭିତରକୁ ଗଲେଣି। ଏବେ ଇଡି ରୁପକ ଖଣ୍ଡା କେଜ୍ରିୱାଲଙ୍କ ମୁଣ୍ଡ ଉପରେ ଝୁଲୁଛି। ଇଡିରୁ କେଜ୍ରିୱାଲଙ୍କୁ ପାଞ୍ଚଟି ସମନ ପଠାଇସାରିଛି। ସେ ଚାରୋଟି ସମନ ଉପରେ ଇଡି ନିକଟରେ ହାଜର ହୋଇନଥିଲେ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.