କୋରାପୁଟ, ୨୨।୯: କୋରାପୁଟ ବିକାଶ ମେଳା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଝୁମିଲେ ମନ୍ତ୍ରୀ । ଆଦିବାସୀ ଗୀତରେ ନାଚିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ୩ ଦିନିଆ ବିକାଶ ମେଳା କାର୍ଯ୍ୟକ୍ରମରେ ଷ୍ଟଲ୍ ବୁଲିବା ସହ କୁମ୍ଭାର ହାତରେ ହାତ ମିଳାଇ ମନ୍ତ୍ରୀ ନିତ୍ୟାନନ୍ଦ ମାଟି ପାତ୍ର ମଧ୍ୟ ନିର୍ମାଣ କରିଛନ୍ତି । ଷ୍ଟଲ୍ ପଡ଼ିଥିବା ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ କୋଟିଆ ଝାଡ଼ୁ ଓ ବିଭିନ୍ନ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଆଦିବାସୀ ଢେମଶା ନାଚରେ ସ୍ଥାନୀୟ ବିଧାୟକମାନଙ୍କ ସହ ନାଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।