ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ସରିଲା ହାତୀ ଗଣନା, ମାସକ ପରେ ରିପୋର୍ଟ

ଭୁବନେଶ୍ୱର, ୨୫/୦୫ : ରାଜ୍ୟରେ ହାତୀ ଗଣନା ଶୁକ୍ରବାର ଶେଷ ହୋଇଛି। ରାଜ୍ୟରେ ଥିବା ୫୧ଟି ଡିଭିଜନରୁ ୪୬ ଡିଭିଜନରେ ହାତୀଙ୍କ ଚଳପ୍ରଚଳ ରହିଥିବା ଗଣନାରୁ ଜଣାପଡ଼ିଛି। ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନାହିଁ । ୩ ଦିନ ଧରି ଚାଲିଥିବା ଏହି ଗଣନାରେ ଗଣନାକାରୀଙ୍କ ଦ୍ୱାରା ସଂଗୃହୀତ ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ସେସବୁକୁ ତର୍ଜମା କରାଯାଇ ମାସକ ପରେ ହାତୀ ଗଣନା ରିପୋର୍ଟ ପ୍ରକାଶ ପ୍ରକାଶ କରାଯିବ ବୋଲି ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ଗଣନାରୁ ଚନ୍ଦକାଡମପଡ଼ା ହସ୍ତୀ ଅଭୟାରଣ୍ୟରେ ୪ଟି ରେଞ୍ଜରେ ମୋଟ ୪୫ଟି ହାତୀ ଥିବା ସୂଚନା ମିଳିଛି । 

ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟରେ ଏଥର ୭ଟି ମଞ୍ଚା ସହିତ ଜଙ୍ଗଲ ଭିତରେ ଥିବା ୱାଚ୍‌ ଟାୱାରକୁ ମିଶାଇ ମୋଟ ୨୭ଟି ମଞ୍ଚାରେ ୨୭ଟି ୟୁନିଟ୍‌ ନିୟୋଜିତ ଥିଲେ। ୩ ଦିନ ଗଣନାରୁ ଏହି ଜଙ୍ଗଲରେ ହାତୀଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି। ଅଭୟାରଣ୍ୟର ଡମପଡ଼ା ରେଞ୍ଜରେ ସର୍ବାଧିକ ୨୧ଟି ହାତୀ ଥିବା ବେଳେ ଚନ୍ଦକା ରେଞ୍ଜରେ ୩ଟି, ହଳଦିଆ ରେଞ୍ଜରେ ୬ଟି ଓ ଭୁବନେଶ୍ୱର ରେଞ୍ଜ (ଭରତପୁର)ରେ ୧୫ଟି ହାତୀ ଥିବା ଜଣାପଡ଼ିଛି । ଏହି ୪୫ ହାତୀଙ୍କ ମଧ୍ୟରେ ୧୭ଟି ମାଈ ହାତୀ ଥିବା ବେଳେ ୧୧ଟି ଦନ୍ତା, ୧୪ଟି ଛୁଆ ହାତୀ ଓ ୩ଟି ମାଖ୍‌ନା ହାତୀ ଥିବା ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ ଯେ ୧୯୮୩ ମସିହାରେ ଏହି ଅଭୟାରଣ୍ୟରେ ୧୮୨ଟି ହାତୀ ଥିଲେ । ତେଣୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ହସ୍ତୀ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ । ତେବେ ଦ୍ରୁତ ସହରୀକରଣ, ଜଙ୍ଗଲ ଉପକଣ୍ଠରେ କଳକାରଖାନା ସୃଷ୍ଟି, ଜଙ୍ଗଲ କଡ଼ଦେଇ ଜାତୀୟ ରାଜପଥ, ଜଙ୍ଗଲ ମଧ୍ୟରେ ୫ ଗ୍ରାମବାସୀଙ୍କ ଚଳପ୍ରଚଳ ଓ ଗାଡ଼ିମୋଟର ଯାତାୟାତ ଯୋଗୁଁ ଧୀରେଧୀରେ ଏହି ଜଙ୍ଗଲ ହ୍ରାସ ପାଇବା ସାଙ୍ଗକୁ ହାତୀଙ୍କ ଚଲାପଥ ମଧ୍ୟ ସଂକୁଚିତ ହେବାରେ ଲାଗିଲା । ଯାହାଫଳରେ ହାତୀଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହେଲା । ଅଭୟାରଣ୍ୟ ଆଉ ଅଭୟାରଣ୍ୟ ହୋଇ ରହିଲା ନାହିଁ । ତେଣୁ ଏହି ଜଙ୍ଗଲ ଛାଡ଼ି ହାତୀମାନେ ଅନ୍ୟ ଜଙ୍ଗଲକୁ ପଳାଇଲେ । ୨୦୦୭ ଗଣନାରେ ଏହି ଜଙ୍ଗଲରେ ହାତୀ ସଂଖ୍ୟା କମି ୬୭କୁ ଖସି ଆସିଥିବା ବେଳେ ୨୦୧୦ରେ ୨୩ଟି, ୨୦୧୨ରେ ୨୪ଟି, ୨୦୧୫ରେ ୮ଟି ଓ ୨୦୧୭ ଗଣନାରେ ଏହି ଜଙ୍ଗଲରେ ମାତ୍ର ଗୋଟିଏ ହାତୀ ଦେଖିବାକୁ ମିଳିଥିଲା । ତେଣୁ ଚଳିତ ଗଣନାରେ ଏଠାରେ ହାତୀ ସଂଖ୍ୟାରେ ବୃଦ୍ଧି ଘଟି ୪୫ରେ ପହଞ୍ଚିଥିବାରୁ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପରିବେଶବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.