ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଲଭିସ୍‌ ଯାଦବଙ୍କୁ ଗିରଫ କଲା ନୋଏଡ଼ା ପୁଲିସ; ସାପ ବିଷ ମାମଲାରେ ହୋଇ‌ଥିଲା ଅଭିଯୋଗ

ନୂଆଦିଲ୍ଲୀ,୧୭/୦୩: ସାପ ବିଷ ମାମଲାରେ ନୋଏଡା ପୋଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏଲଭିଶଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ନିକଟରେ ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ଖୁଲାସା ସମୟରେ ଏଲଭିଶ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା। ସେବେଠାରୁ ପୋଲିସ ଏଲଭିଶଙ୍କୁ ଗିରଫ କରିପାରିବ ବୋଲି ଚର୍ଚ୍ଚା ହେଉଥିଲା।

ଗତ ବର୍ଷ ନୋଏଡା ପୋଲିସ ସେକ୍ଟର ୫୧ ର ଏକ ଗେଷ୍ଟ ହାଉସରୁ କିଛି ଲୋକଙ୍କୁ ଗିରଫ କରିଥିଲା, ସେମାନଙ୍କ ସହିତ ପାଞ୍ଚ ପ୍ରଜାତିର ନଅଟି ସାପ ମିଳିଥିଲା ଏବଂ ବିଷ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହି ଲୋକମାନଙ୍କୁ ପଚରାଉଚରା ଆଧାରରେ ହିଁ ଏଲଭିଶ ଯାଦବ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ। ରବିବାର ସେକ୍ଟର ୧୩୫ ପୋଲିସ ଉକ୍ତ ମାମଲାରେ ପଚରାଉଚରା ପାଇଁ ଏଲଭିଶଙ୍କୁ ଡାକିଥିଲା। ଏହାରି ଭିତରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପଚରାଉଚରା ପରେ ପୋଲିସ ଏଲଭିଶଙ୍କୁ ଘଟଣାସ୍ଥଳରେ ଗିରଫ କରିଥିଲା। 

ସମ୍ପୁର୍ଣ୍ଣ ମାମଲା କ'ଣ? 

ଗତ ବର୍ଷ ନଭେମ୍ବରରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗକୁ ପୋଲିସ ଠାବ କରିଥିଲା। ପିପୁଲ୍ସ ଫର ଆନିମଲ୍ସ ସଂଗଠନର ଗୌରବ ଗୁପ୍ତାଙ୍କ ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗୌରବଙ୍କ ଅଭିଯୋଗ ଥିଲା ଯେ ନୋଏଡାର ରେଭ୍‌ ପାର୍ଟିରେ ସାପ ବିଷ ବ୍ୟବହାର କରାଯାଏ ଏବଂ ଭିଡିଓ ମଧ୍ୟ କରାଯାଏ। ଏହାକୁ ଭିତ୍ତି କରି ଡ୍ରଗ୍ସ ବିଭାଗ ବନ ବିଭାଗ ସହିତ ସେକ୍ଟର -୫୧ ର ଏକ ରେଭ୍‌ ପାର୍ଟି ଉପରେ ଚଢ଼ାଉ କରିଥିଲା। 

ଏହି ଚଢ଼ାଉ ସମୟରେ ଧରାଯାଇଥିବା ଲୋକଙ୍କ ନିକଟରୁ ୫ ଟି ନାଗ ସାପ, ଗୋଟିଏ ବୋଡ଼ା, ଗୋଟିଏ ଅଜଗର ଏବଂ ଦୁଇଟି ଦୁଇ ମୁଣ୍ଡିଆ ସାପ ଏବଂ ସାପ ବିଷ ମଧ୍ୟ ଉଦ୍ଧାର କରାଯାଇଥିଲା। ସେହି ସମୟରେ ପଞ୍ଜୀକୃତ ହୋଇଥିବା ଏତଲାରେ ଏହି ସାପଗୁଡିକ କିଣିବା ଏବଂ ବିକ୍ରୟ ନିଷେଧ ବୋଲି କୁହାଯାଉଥିଲା। ଧରାଯାଇଥିବା ଲୋକଙ୍କୁ ପଚରାଉଚରା ଆଧାରରେ ଏହି ମାମଲାରେ ଏଲଭିଶ ଯାଦବଙ୍କ ନାଁ ଆସିଥିଲା ଏବଂ ପୋଲିସ ଏଲଭିଶଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.