ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଦିଲ୍ଲୀ ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ, ଆକାଶ ମଝିରେ ଥରିଲା ଇଞ୍ଜିନ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରୁ ଉଡାଣ ଆରମ୍ଭ କରିଥିବା ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ। ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଉଡାଣ ଭରିବାର କିଛି ସମୟ ପରେ ବିମାନ ଖରାପ ହୋଇଯାଇଥିଲା। ଏହାପରେ ବିମାନକୁ ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ଏହାର ଇଞ୍ଜିନରେ ଖରାପ ଥିବାର କୁହାଯାଉଛି। ସ୍ପାଇସଜେଟ୍‌ ଏୟାରକ୍ରାଫ୍ଟ ରବିବାର ସକାଳେ ଲେହ ଅଭିମୁଖେ ଉଡାଣ ଭରିଥିଲା, କିନ୍ତୁ କିଛି ସମୟ ପରେ ଏହି ବିମାନ ପୁଣିଥରେ ଦିଲ୍ଲୀ ବିମାନ ବନ୍ଦରକୁ ଆସିଛି। ନ୍ୟୁଜ ଏଜେନ୍ସି ପିଟିଆଇର ସୁତ୍ରରୁ କୁହାଯାଇଛି ଯେ, ଏହି ବିମାନରେ ପ୍ରାୟ ୧୩୫ ଯାତ୍ରୀ ଥିଲେ। ବିମାନକୁ ସଫଳତାର ସହ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା।

ଏୟାରକ୍ରାଫ୍ଟ ଓ ଦିଲ୍ଲୀ ଏୟାରପୋର୍ଟକୁ ସମ୍ପୂର୍ଣ୍ଣ ଭାବରେ ଏମର୍ଜେନ୍ସି ଘୋଷଣା କରାଯାଇଛି। ବିମାନ ଏସ୍‌ଜି୧୨୩ ସକାଳ ପ୍ରାୟ ସାଢେ ୧୦ଟାରେ ଉଡାଣ ଭରିଥିଲା। କିନ୍ତୁ ୧୧ଟା ବେଳେ ବିମାନକୁ ଲ୍ୟାଣ୍ଡ କରିବାକୁ ପଡିଛି। କୁହାଯାଉଛି ଯେ, ବିମାନର ଇଞ୍ଜିନ ଥରି ଯାଇଥିଲା। ବୋଇଂ ୭୩୭-୭ ଏୟାରକ୍ରାଫ୍ଟ ଉଡାଣର କିଛି ସମୟ ପରେ ଏୟାରପୋର୍ଟରେ ଅବତରଣ କରିଥିଲା। 

କିଛି ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ବିମାନ ସହ ଏକ ପକ୍ଷୀ ମାଡ ହୋଇଥିଲା। ଏହାପରେ ଇଞ୍ଜିନ ଥରିବାକୁ ଲାଗିଥିଲା। ଏହି କାରଣରୁ ୧୩୫ ଜଣ ଯାତ୍ରୀ ଚିନ୍ତାରେ ପଡିଯାଇଥିଲେ। ହେଲେ ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଦେଖାଇ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ, ସେତେବେଳେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.