ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଳସେଚନ ଦାବିରେ କୃଷକ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

କୋକସରା,୨୮/୧୧ : କୋକସରା ବ୍ଲକ ଦଣ୍ଡପାଟ କୃଷକ ସଂଘ ପକ୍ଷରୁ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। କୋକସରା ଓ ଧର୍ମଗଡ଼ ବ୍ଲକ ର ୪ ପଂଚାୟତର ଚାଷୀ ଧାରଣାରେ ସାମିଲ ହୋଇଛନ୍ତି। 

କୋକସରା ବ୍ଲକର ଡାଲଗୁମା, ମୂଷାପାଲି, ଡ଼ହଗାଁ ଓ ଧର୍ମଗଡ଼ ବ୍ଲକ ତରାପୁର ପଞ୍ଚାୟତକୁ ରବି ଚାଷ ପାଇଁ ଗତ ୨୧ ତାରିଖରେ ଚାଷୀମାନେ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ୨୭ ତାରିଖ ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳିଲେ ୨୮ ରେ ରାସ୍ତା ଅବରୋଧ ସହ ଧାରଣା ଦେବାକୁ ଚେତାବନୀ ଦେଇଥିଲେ। 

ତେବେ ମେଗାଲିଫ୍ଟ ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ମଙ୍ଗଳବାର  ଦଣ୍ଡପାଟ କୃଷକ ସଂଘର ଆବାହକ ଦିଗାମ୍ବର ଦୁରିଆ,ବିଜେପି ବରିଷ୍ଠ ନେତା ଜନାର୍ଦନ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କୋକସରା ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ଡହଗାଁ କୃଷି ସମବାୟ ସଭାପତି ବ୍ରଜରାଜ ନାଏକ, ତରାପୁର ସରପଞ୍ଚ ସନ୍ଦୀପ ସାହୁ,କଂଗ୍ରେସ ଯୁବନେତା ଡାକେଶ୍ୱର ଲହଜଳ,କଂଗ୍ରେସ ଯୁବ ରାଜ୍ୟ ସମ୍ପାଦକ ବେଣୁପାଣି ଦୁର୍ଗା, ବିଜେପି ନେତା ତ୍ରିନାଥ ଶବର,ଚାଷି ନେତା ଘନଶ୍ୟାମ ନାଏକ, ପୂର୍ବତନ ସରପଞ୍ଚ ଦୀପକପଣ୍ଡା, ସାମାଜିକ କର୍ମୀ ମହେନ୍ଦ୍ର ଧରୁଆ, ଘନଶ୍ୟାମ ଜାଲ ଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ ଓ ଜଳସେଚନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ କୋକସରା ପୋଲିସ ଆଇଆଇସି ରନିତା ପ୍ରଧାନ ସହ ମୋଟେର ଫାଣ୍ଡି ଓ  ଆମପାଣି ପୋଲିସ କର୍ମଚାରୀ ସହ  ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଚାଷୀ ନେତା ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା। ଚାଷୀ ମାନେ ନିଜ ଜିଦ ରେ ଅଡ଼ି ବସି ରହିଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ଵରେ ଅନେକ ଗାଡି ମୋଟର ସହ ଯାତ୍ରୀ ମାନେ ଅଟକି ରହିଥିଲା। କୋକସରା ବ୍ଲକ ଉପାଧ୍ୟକ୍ଷ ଇନ୍ଦ୍ରାବତୀ ଉଠା ଜଳସେଚନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଫୋନ ରେ ଆଲୋଚନା କରିଥିଲେ। ଆନ୍ଦୋଳନ ର  ୩ ଘଣ୍ଟା ପରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ପହଞ୍ଚି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।  ପରେ ୪ ପଂଚାୟତ ର ପାଖାପାଖି ୩ ହଜାର ହେକ୍ଟର କୁ ଜଳସେଚନ ପାଇଁ ଫୋନ ରେ ପ୍ରତିଶ୍ରୁତି ଦେଇଥିଲେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀ। ଏହି ପ୍ରତିଶ୍ରୁତି କୁ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ଆନ୍ଦୋଳନ ରେ  ଥିବା ଚାଷୀଙ୍କୁ କହିବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.