ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଳିମାଡ଼ରେ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଗୁରୁତର, ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ

Image Courtesy: indianexpress

ନୂଆଦିଲ୍ଲୀ: ମଧ୍ୟ ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ (Robert Fico)ଙ୍କ ଉପରେ ମରଣାନ୍ତକ ଆକ୍ରମଣ  । କ୍ୟାବିନେଟ ମିଟିଂ ପରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣକାରୀ ତାଙ୍କୁ ମାରିବା ପାଇଁ ଅନେକ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ଟିଏ-୩ରେ ରିପୋର୍ଟ ପ୍ରକାଶ ପାଇଛି ।ତେବେ ଏହି ଗୁଳିକାଣ୍ଡ ରାଜଧାନୀଠୁ ୧୫୦ କିଲୋମିଟର ଦୂରରେ ଥିବା ହ୍ୟାଣ୍ଡଲୋଭା ସହରରେ ହୋଇଛି । 

 ସେପଟେ ୫୯ ବର୍ଷୀୟ ରବର୍ଟ ଫିକୋଙ୍କ ସ୍ବାସ୍ଥ୍ୟବସ୍ଥା କିଭଳି ଅଛି ତାହା ଜଣାପଡ଼ିନାହିଁ । ୨୦୨୨ରେ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଯେଉଁଭଳି ଭାବରେ ଗୁଳି କରାଯାଇଥିଲା ଠିକ୍‌ ସେହିଭଳି ରବର୍ଟ ଫିକୋଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି । ଏକ ମିଡିଆ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।ତେବେ ସେ ଆକ୍ରମଣକାରୀ ନା ଆଉ କିଏ ତାହା ସ୍ପଷ୍ଟ ହୋଇ ନାହିଁ ।

 ମିଳିଥିବା ସୂଚନା ଅନୁସାରେ, ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରେ ଦୁଇଟି ଗୁଳି ବାଜିଛି । ଗୋଟିଏ ତାଙ୍କ ଛାତି ଏବଂ ଅନ୍ୟଟି ପେଟରେ ଲାଗିଛି । ତେବେ ଏହି ଆକ୍ରମଣ କାହିଁକି ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ରବର୍ଟ ଫିକୋ ଗତବର୍ଷ ଅକ୍ଟୋବରରେ ତୃତୀୟ ଥର ପାଇଁ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.