ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳବାର ଓଡ଼ିଶା କଂଗ୍ରେସ ଟିକଟ ଘୋଷଣା: ପ୍ରଥମ ପର୍ଯ୍ୟାୟରେ ୧୨ ସାଂସଦ ଓ ୫୨ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର,୦୨/୦୪: ମଙ୍ଗଳବାର କଂଗ୍ରେସର ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଟିକଟ ଘୋଷଣା ହେବ । ତେବେ ୧୪୭ ବିଧାନସଭା ସିଟ୍‌ ଓ ୨୧ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଘୋଷଣା ନ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସିଟଗୁଡିକ ମଧ୍ୟରୁ ଅଧିକାଂଶ ଆସନରେ ଟିକଟ ଘୋଷଣା  କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨ ସାଂସଦ ଓ ୫୨ ବିଧାୟକ  ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା  ସୂଚନା ଦେଇଛନ୍ତି ।  

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ  କହିଛନ୍ତି, ସ୍କ୍ରିନିଂ କମିଟି ବୈଠକ ସରିବା ପରେ ଗତକାଲି  ରାତିରେ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ସରିଛି ।  ଏହି ବୈଠକରେ ଓଡ଼ିଶାର ଅଧିକାଂଶ ଆସନ ନେଇ ତର୍ଜମା  ସରିଛି । ଆସନ୍ତାକାଲି ଯେ କୌଣସି ମୂହୁର୍ତ୍ତରେ ଏଆଇସିସି ଟିକଟ  ଘୋଷଣା କରିପାରେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ  କହିଛନ୍ତି । ଯୋଗ୍ୟ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକଟ୍‌  ମିଳିବ । ଯୁବ, ଛାତ୍ର ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ।  ଟିକଟ ବଣ୍ଟନ ବେଳେ ସବୁ ବର୍ଗଙ୍କୁ ଗୁରୁତ୍ୱ ମିଳିବ ବୋଲି  ଶ୍ରୀ ପଟ୍ଟନାୟକ କହିଛନ୍ତି । ତେବେ ଦଳ ଛାଡୁଥିବା ନେତାଙ୍କ  ସମ୍ପର୍କରେ ଶରତ କହିଛନ୍ତି ଯେ, ପ୍ରତି ନିର୍ବାଚନ ସମୟରେ ଏଭଳି ସ୍ଥିତି ଦେଖାଯାଏ । କେବଳ ଓଡ଼ିଶା କି କଂଗ୍ରେସରେ  ହେଉଛି ତାହା ନୁହଁ, ସାରା ଦେଶରେ ହେଉଛି । ବିଜେଡି ଓ  ବିଜେପିରୁ ପୂର୍ବତନ ସାସଂଦ ଓ ବିଧାୟକ ମଧ୍ୟ ଦଳ ଛାଡୁଛନ୍ତି ।  ଏଥିରେ ବ୍ୟସ୍ତ ହେବାର କିଛି କଥା ନାହିଁ । ନିଜ ସ୍ୱାର୍ଥ ପାଇଁ କିଛି  ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଦଳ ଛାଡ଼ୁଛନ୍ତି । ଭଲ ନେତାମାନେ ଦଳ ଛାଡନ୍ତି  ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, କଂଗ୍ରେସ  ଟିକଟ୍‌ ବଣ୍ଟନ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର,  ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ବିଧାୟକ  ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀରେ ଡେରା ପକାଇଛନ୍ତି । ସ୍କ୍ରିନିଂ  କମିଟି ବୈଠକ ବେଳେ ପୂର୍ବତନ ପିସିସି ସଭାପତି ଜୟଦେବ  ଜେନା, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ରାଜ୍ୟ କଂଗ୍ରେସର  ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ସେହିପରି ସିଇସି  ବୈଠକ ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ,  ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଅମ୍ବିକା ସୋନି, ଛତିଶଗଡ଼ ପୂର୍ବତନ ଉପମୁଖମନ୍ତ୍ରୀ ଟି ଏସ୍‌  ସିଂଦେଓଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.