ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଦୁର୍ଦ୍ଦିନରେ କଳାକାର, ହ୍ୱିଲ୍ ଚେୟାରରେ ବିତୁଛି ଜୀବନ, ପାଉ ନାହାନ୍ତି ଭତ୍ତା

ଚନ୍ଦାହାଣ୍ଡି, ୨୨/୦୩: ନବେ ଦଶକରେ ତାଙ୍କର ଚାହିଦା ଥିଲା । ଘୁମୁରା ନୃତ୍ୟ ଲାଗି ଖୋଜା ପଡ଼ୁଥିଲା ତାଙ୍କୁ । ଏବେ ସେ ବୟସ କି ବଳ ଆଉ ନାହିଁ । ସମୟ ସହ ସମାଜ ବଦଳିଥିବା ବେଳେ ଘୁମୁରା ନୃତ୍ୟ ପ୍ରତି ଲୋକଙ୍କ ଆଗ୍ରହ କମିଛି । ପରିବର୍ତ୍ତିତ ପରିସ୍ଥିତିରେ ଦୁର୍ବିସହ ହୋଇ ପଡ଼ିଛି ଘୁମୁରା ନୃତ୍ୟରେ ଚମତ୍କାର ବାଦ୍ୟ ବଜାଉଥିବା ଉଗ୍ରସେନ ଝରିଆଙ୍କ ଜୀବନ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡ ବ୍ଲକ ଜମାଦାରପଡ଼ା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡ଼ାରେ ଉଗ୍ରସେନଙ୍କ ଘର । ୨ ଛୁଆ ଓ ସ୍ତ୍ରୀକୁ ନେଇ ୪ ପ୍ରାଣୀର ପରିବାର । ନବେ ଦଶକରେ ଲୋକଙ୍କ ଭରପୂର ମନୋରଞ୍ଜନ କରୁଥିଲେ ଉଗ୍ରସେନ । ପଡ଼ୋଶୀ କଳାହାଣ୍ଡି, ନୂଆପଡ଼ା ସହ ଛତିଶଗଡ଼ ଯାଇ ଘୁମୁରା ନୃତ୍ୟରେ ସେ ବାଦ୍ୟ ବଜାଇ ଲୋକଙ୍କ ମନ ମୋହୁଥିଲେ ।

ସମୟ କ୍ରମେ ଘୁମୁରା ପ୍ରତି ଲୋକଙ୍କ ଆଗ୍ରହ ଓ ଆକର୍ଷଣ ଖସିଥିବା ବେଳେ ଦିନ ମଜୁରି କରି ପରିବାର ପ୍ରତିପୋଷଣ କରୁଥିଲେ ଉଗ୍ରସେନ । ନାମ ସଂକୀର୍ତ୍ତନ କରି କିଛି ଟଙ୍କା ରୋଜଗାର କରୁଥିଲେ । ହେଲେ ୨ ବର୍ଷ ତଳେ ସେ ପକ୍ଷାଘାତରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ । ସେବେଠୁ ପରିବାରର ବୋଝ ସ୍ତ୍ରୀ ନୂଆଦି ଝାକର କାନ୍ଧରେ ।

ସ୍ୱାମୀଙ୍କୁ ହ୍ୱିଲ୍ ଚେୟାରରେ ବସାଇ ସ୍ତ୍ରୀ ବାରମ୍ବାର ସରକାରୀ କାର୍ଯ୍ୟାଳୟର ଚକ୍କର କାଟିଥିଲେ ମଧ୍ୟ ଉଗ୍ରେସନଙ୍କୁ କଳାକାର ଭତ୍ତା ମିଳୁନି । ସରକାରୀ ସାହାଯ୍ୟ କହିଲେ ପରିବାରର ମୁଣ୍ଡ ପିଛା ମିଳୁଛି ୫ କେଜି ଲେଖାଏଁ ଚାଉଳ । ଏନେଇ ସ୍ଥାନୀୟ ବିଡିଓ ରାମକୃଷ୍ଣ ନାୟକଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି, ସରକାରୀ ସହାୟତା ଓ କଳାକାର ଭତ୍ତା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.