ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପାଦରେ ଏଭଳି ଯନ୍ତ୍ରଣା ଦେଖାଦେଉଛି କି ? ଆଗକୁ ହୋଇପାରେ ହୃଦ୍ ସମ୍ୱନ୍ଧୀୟ ସମସ୍ୟା...

ଭୁବନେଶ୍ୱର, ୧୧।୪: ଅଧିକ ବାଟ ଚାଲିବା କିମ୍ୱା ଭିଟାମିନ୍ ଅଭାବରୁ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେଥିପାଇଁ ଏହି ସମସ୍ୟାକୁ ଲୋକେ ଏତେଟା ଗୁରୁତ୍ୱ ଦେଇନଥାନ୍ତି । ତେବେ ଏହି ସମସ୍ୟାକୁ ଲୋକେ ଏତେଟା ଗୁରୁତ୍ୱ ଦେଇନଥାନ୍ତି । ତେବେ ଏହି ସମସ୍ୟା ହୃଦ୍‌ରୋଗର କାରଣ ବି ହୋଇପାରେ । ଏ ଦୃଷ୍ଟିରୁ ପାଦ ଯନ୍ତ୍ରଣାକୁ ଅଣଦେଖା କରିବା ଅନୁଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ପାଦ ଓ ହୃଦ୍‌ରୋଗ ମଧ୍ୟରେ ଗଭୀର ସମ୍ୱନ୍ଧ ରହିଛି । ହୃଦ୍‌ପିଣ୍ଡ ସହ ଜଡ଼ିତ ସମସ୍ୟା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଏ । ଏଥିଯୋଗୁଁ ପାଦରେ ରକ୍ତ ସଞ୍ଚାଳନ କମ୍ ହୋଇଥାଏ । 

ଏହାବାଦ୍ ଆମେରିକା ହାର୍ଟ ଆସୋସିଏନ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି, ଅନେକ ସମୟରେ ହୃଦ୍‌ ସମସ୍ୟାର ପ୍ରାରମ୍ଭିକ ଲକ୍ଷଣ ପାଦରୁ ହିଁ ଦେଖିବାକୁ ମିଳେ । ମୁଖ୍ୟତଃ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ତେବେ କୋରେନରି ଆର୍ଟରି ସମସ୍ୟା ଯୋଗୁଁ ମଧ୍ୟ ହୃଦ୍‌ ସମ୍ୱନ୍ଧୀୟ ସମସ୍ୟା ଦେଖାଦିଏ । ଯାହାର ପ୍ରଭାବ ପାଦ ଉପରେ ପଡ଼ିଥାଏ । ତେଣୁ ପାଦର ସୁସ୍ଥତା ଦିଗରେ ବି ଲୋକଙ୍କୁ ଯତ୍ନବାନ୍ ହେବା ଆବଶ୍ୟକ । ନିୟମିତ ବ୍ୟାୟାମ ସାଙ୍ଗକୁ ସନ୍ତୁଳିତ ଆହାର ଗ୍ରହଣ କରିବା ଉଚିତ୍ । ସେହିପରି ପାଦ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଉଷୁମ ପାମଇରେ କିଛି ସମୟ ପାଦକୁ ବୁଡ଼ାଇ ରଖିବା ଭଲ । ଅନ୍ୟପଟେ ପାଦରେ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.