ଭୁବନେଶ୍ବର , ୨୫।୯ : ବିଜେଡି ୩ ନୂଆ କମିଟି ଗଠନ କରିଛି । ଦଳ ପକ୍ଷରୁ ପରାମର୍ଶଦାତା କମିଟି, କାର୍ଯ୍ୟକ୍ରମ ପରିଚାଳନା କମିଟି ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟି ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି।
ପରାମର୍ଶଦାତା କମିଟିରେ ୧୭ ଜଣ ସଭ୍ୟ ଅଛନ୍ତି। ଏଥିରେ ପ୍ରସନ୍ନ ଆଚାର୍ଯ୍ୟ ଆବାହକ ରହିଛନ୍ତି। ଉଷା ଦେବୀ, ପ୍ରଫୁଲ୍ଳ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୃପିନ୍ଦର ସିଂ, ରବି ନାରୟଣ ନନ୍ଦ, ଆୟୁବ ଖାନ, ସରୋଜିନି ହେମ୍ବ୍ରମ, ଶଶୀଭୂଷଣ ବେହେରା, ରଜନୀକାନ୍ତ ସିଂ, ଗଣେଶ୍ବର ବେହେରା ଏହି କମିଟିରେ ସଭ୍ୟ ଅଛନ୍ତି।
ସେହିପରି ସଭ୍ୟ ସଂଗହ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ କମିଟି ଗଠନ କରାଯାଇଛି। ଏଥିରେ ୨୨ ଜଣ ସଭ୍ୟ ରହିଛନ୍ତି। ଅତୁନ ସବ୍ୟସାଚୀ ନାୟକ ଏହାର ଆବାହକ ଅଛନ୍ତି। ସେହିପରି କାର୍ଯ୍ୟକ୍ରମ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ସଞ୍ଜୟ କୁମାର ଦାସବର୍ମା ଆବାହକ ରହିଥିବା ବେଳେ ୨୧ ଜଣ କମିଟି ସଦସ୍ୟ ରହିଛନ୍ତି।