ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ସଂକ୍ରମିତ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି…

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଏଠାରେ ଥିବା ସରକାରୀ ଏସ୍ଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜ୍ୱର ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଶୁକ୍ରବାର ବିଳମ୍ବିତ ରାତିରେ ଗେହଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡକ୍ଟର ଅଖଲ ଶର୍ମା ଏହି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅମ୍ଳଜାନ ଦିଆଯାଉଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି । ଏହାପୂର୍ବରୁ ଗେହଲଟ୍ ଗତକାଲି ରାତିରେ 'ଏକ୍ସ'ରେ ପୋଷ୍ଟ କରିଥିଲେ ଯେ ଗତ କିଛି ଦିନ ହେବ ତାଙ୍କର ଜ୍ୱର ହୋଇଥିଲା ଏବଂ ଶୁକ୍ରବାର ଦିନ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରାଯିବା ପରେ କରୋନା ସଂକ୍ରମଣ ନିଶ୍ଚିତ ହୋଇଥିଲା।

ଗେହଲଟ୍ ଲେଖିଛନ୍ତି, ଗତ କିଛି ଦିନ ଧରି ଜ୍ୱର ହେତୁ ସେ ଆଜି (ଶନିବାର) ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରିଥିଲେ, ଯେଉଁଥିରେ କୋଭିଡ ଏବଂ ସ୍ୱାଇନ୍ ଫ୍ଲୁ ନିଶ୍ଚିତ ହୋଇଥିଲା । ଏହି କାରଣରୁ, ମୁଁ ଆଗାମୀ ସାତ ଦିନ ପାଇଁ କାହା ସହ ସାକ୍ଷାତ କରିପାରିବି ନାହିଁ । 




 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.