ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିବା ବୋଝେଇ ପିକ୍ ଅପ୍ ଭ୍ୟାନରେ ଗଞ୍ଜେଇ ଚାଲାଣ, ୧୧୦ କେଜି ଗଞ୍ଜେଇ ସହ ୪୮ ହଜାର ଟଙ୍କା ଜବତ, ୪ ଗିରଫ...

ମାଲକାନଗିରି,୨୫।୬ : ପରିବା ବୋଝେଇ ପିକପ ଭ୍ୟାନରେ ଅଭିନବ ଉପାୟରେ କର୍ଣ୍ଣାଟକକୁ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ଘଟଣାରେ ମାଲକାନଗିରି ପୋଲିସ ୪ ଜଣକୁ ଗିରଫ କରିଛି । ଏଥିସହ ଏମାନଙ୍କ ନିକଟରୁ ୧୧୦ କେଜି ଗଞ୍ଜେଇ ଜବତ କରିବା ସହ ନଗଦ ୪୮ ହଜାର ଟଙ୍କା ମଧ୍ୟ ଜବତ କରିଛି । ପୁଲିସ ସୂଚନା ଅନୁଯାୟୀ ମାଲକାନଗିରି ଥାନା ପକ୍ଷରୁ ଗୌଡ଼ଗୁଡା ଛକଠାରେ ପୋଲିସ ଟିମ ପାଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ କର୍ଣ୍ଣାଟକ ରାଜ୍ୟ ନମ୍ବର ଥିବା ଏକ ପିକଅପ ଭ୍ୟାନ କିଛି ଖାଲି ପନିପରିବା ରଖିବା ଟ୍ରେ ବୋଝେଇ କରି ଦ୍ରୁତ ଗତିରେ ଯାଉଥିଲା ।  ତେବେ ଏହାର ଆଗରେ ଏକ ମୋଟର ସାଇକେଲ ମଧ୍ୟ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଧେହ ହେବାରୁ ଭ୍ୟାନ ଓ ମୋଟର ସାଇକେଲଟିକୁ ଅଟକାଇ ଥିଲା ପୋଲିସ । ତେବେ ପୋଲିସ ଟିମ ଭ୍ୟାନଟିକୁ ଯାଞ୍ଚ କରିବା ବେଳେ ଏହି ଖାଲି ପନିପରିବା ରଖିବା ଟ୍ରେ ତଳେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସ ଉକ୍ତ ଗଞ୍ଜେଇ ଓ ପିକଅପ ଗାଡି ଓ ମୋଟର ସାଇକେଲକୁ ଜବତ କରିବା ସହ ଏଥିରେ ସମ୍ପୂର୍କ୍ତ ୪ଜଣଙ୍କୁ ଗିରଫ କରିଥିଲା । ଗିରଫ ୪ ଜଣଙ୍କ ନିକଟରୁ ପୋଲିସ ଚାରିଟି ମୋବାଇଲ୍ ଫୋନ୍, ନଗଦ ୪୮୦୦୦ ଟଙ୍କା ମଧ୍ୟ ଜବତ କରିଛି । ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୧୦ କେଜି ଥିବା ଜଣା ପଡିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ମାଲକାନଗିରି ଜିଲ୍ଲା ସଦର ମହାକୁମାର ହୋଇଥିବା ବେଳେ ଅନ୍ୟ ଦୁଇଜଣ କର୍ଣ୍ଣାଟକ ଅଞ୍ଚଳର ସୟଦ ଲାଇକ୍ୟୁ (୨୪ )ଓ ମହମଦ ଅବାର(୪୦) ବୋଲି ଜଣାପଡିଛି । ଏମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ଆଣି କର୍ଣ୍ଣାଟକକୁ ଚାଲାଣ କରିବା ପାଇଁ ନେଉଥିବାର ଜଣାପଡିଛି ।ସମ୍ପୃକ୍ତ ଚାରିଜଣ ଯୁବକଙ୍କୁ  ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇ ଚାଲାଣରେ ଆଉ କାହାର ସମ୍ପୃକ୍ତି ଅଛିକି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଆଦର୍ଶ ଥାନା  ଆଇ ଆଇ ସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.