ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦଳ ଛାଡ଼ିଲେ ଗୌରାଙ୍ଗ ବିନ୍ଧାଣି, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ

ନୀଳଗିରି,୪/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ଗୌରାଙ୍ଗ ବିନ୍ଧାଣି ବିଜେଡିରୁ ଇସ୍ତଫା ଦେଇଥିଲେ । ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ରବିବାର ବିଜେପି ଦଳରେ ଆନୁଷ୍ଠାନିକ ଭାବେ ମିଶିଥିବା ଦେଖାଯାଇଛି । ଦଳୀୟ ଉତ୍ତରୀୟ ଦେଇ ସାଂସଦ ଓ ବିଧାୟକ ତାଙ୍କୁ ଦଳକୁ ସ୍ୱାଗତ କରିବା ସହ ଲଡ଼ୁ ଖୁଆଇଥିଲେ । 

ପୂର୍ବରୁ ନୀଳଗିରି ଏନଏସିରେ ୬ ଜଣ ବିଜେଡି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିବା ବେଳେ ରବିବାର ଆଉ ଜଣେ କାଉନସିଲର ବିଜେପିରେ ମିଶିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ମୋଟ୍ ୧୩ ଜଣ କାଉନସିଲରରୁ ୧୧ ଜଣ ବିଜେପି କାଉନସିଲର ବୃଦ୍ଧି ହୋଇଛି । ତେବେ ବିଜେପିରେ ମିଶିବା ପରେ ଦଳ ଶକ୍ତି ବୃଦ୍ଧି ପାଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି । ସେହିପରି ୱାର୍ଡର ବିକାଶ ଓ କର୍ମୀମାନଙ୍କର ପରାମର୍ଶ ପାଇଁ ସେ ବିଜେପିର ମିଶିଥିବା ଗୌରାଙ୍ଗ କହିଛନ୍ତି । ତେବେ ଏନଏସି ଚେୟାରମ୍ୟାନ୍ ବିଜେଡି ହାତରେ ଥିବାବେଳେ ୧୩ଟି ୱାର୍ଡରୁ ୧୧ ଟି ବିଜେପି କାଉନସିଲର ବୃଦ୍ଧି ହେବା ପରେ ଏବେ ଚେୟାରମ୍ୟାନ୍ ପଦକୁ ନେଇ ଅନାସ୍ଥା ପ୍ରସ୍ତାବ ଆସିବା ଆଶଙ୍କା ଘାରିଥିବା ଜଣାପଡ଼ିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.