ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ଦିରରେ ପୂଜା, ମହିଳାଙ୍କ ସହିତ କୀର୍ତ୍ତନ : ଘରେ ଘରେ ଭୋଟ ମାଗୁଛନ୍ତି ଅଫଜଲ ଅନସାରୀଙ୍କ ଝିଅ

ଗାଜିପୁର,୨୯।୪: ଉତ୍ତର ପ୍ରଦେଶର ଗାଜିପୁର ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଏହାର କାରଣ ହେଉଛି ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଫଜଲ ଅନସାରୀ। ୨୦୧୯ ନିର୍ବାଚନରେ ଅଫଜଲ ଅନସାରୀ ସମାଜବାଦୀ ଓ ବହୁଜନ ସମାଜବାଦୀ ମେଣ୍ଟରୁ ନିର୍ବାଚନ ଲଢି ବିଜେପିର ବରିଷ୍ଠ ନେତା ମନୋଜ ସିହ୍ନାଙ୍କୁ ହରାଇଥିଲେ। ଏଥର ସେ ପୁଣିଥରେ ଗାଜିପୁରରୁ ନିର୍ବାଚନ ଲଢୁଛନ୍ତି। ତେବେ  ତାଙ୍କ ନିର୍ବାଚନ ପ୍ରଚାରରେ ଆଉ ଜଣଙ୍କର ଏଣ୍ଟ୍ରି ହୋଇଛି। ସେ ଆଉ କେହି ନୁହେଁ ତାଙ୍କ ଝିଅ ନୁସରତ ଅନସାରୀ। 

ନୁସରତ ଗାଜିପୁରରେ ବୁଲି ବୁଲି ନିଜ ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି। ନୁସରତ ଡୋର ଟୁ ଡୋର କ୍ୟାମ୍ପେନ କରୁଥିବାର ଚର୍ଚ୍ଚା ହେଉଛି, ଯଦି ଅଫଜଲକୁ ସୁପ୍ରିମକୋର୍ଟରୁ ଝଟକା ଲାଗେ ତେବେ ସେ ନିର୍ବାଚନ ଲଢିପାରିବେନି। ତେଣୁ ତାଙ୍କ ଝିଅ ନୁସରତ ଗାଜିପୁରରୁ ନିର୍ବାଚନ ମଇଦାନରେ ଓହ୍ଲାଇ ପାରନ୍ତି।

ନୁସରତ ସମାଜବାଦୀ କାର୍ଯ୍ୟାଳୟରେ ଅଫଜଲ ଅନସାରୀ ଓ ସମାଜବାଦୀ ବିଧାୟକ ଜୋକିଶନ୍ ସାହୁଙ୍କ ସହିତ ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳିଛନ୍ତି। ସେଭଳି ଡୋର ଟୁ ଡୋର ପ୍ରଚାର କରୁଥିବାର ମଧ୍ୟ ନଜର ଆସିଛନ୍ତି। ନୁସରତ ନିର୍ବାଚନ ପ୍ରଚାର ବେଳେ ଶିବ ମନ୍ଦିରରେ ପୂଜା ଓ ମହିଳାଙ୍କ ସହିତ କୀର୍ତ୍ତନ କରୁଥିବାର ଦେଖିବାକୁ ମିଳୁଛନ୍ତି। ଉଲ୍ଲେଖନୀୟ ଯେ, ଅଫଜଲ ଅନସାରୀ ୨୯ ଏପ୍ରିଲ ୨୦୨୩ ରେ ଗାଜିପୁରର ଏମ୍‌ପି-ଏମ୍‌ଏଲଏ କୋର୍ଟରୁ ଗ୍ୟାଙ୍ଗଷ୍ଟର ମାମଳାରେ ୪ ବର୍ଷର ସଜା ଶୁଣାଇଥିଲେ ଓ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା। ସଜା ବିରୋଧରେ ଅଫଜଲ ଆହ୍ଲାବାଦ ହାଇକୋର୍ଟରେ ଅପିଲ କରିଛନ୍ତି, ଯେଉଁ ତାଙ୍କୁ ଜାମିନ୍ ମିଳିଛି, କିନ୍ତୁ ସଜାରୁ ଆଶ୍ବସ୍ଥି ମିଳିନଥିଲା। ଏହାପରେ ଅଫଜଲ ଅନସାରୀ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓ ସୁପ୍ରିମକୋର୍ଟ ତାଙ୍କର ସଦସ୍ୟତା ଫେରାଇ ଦେଇଥି‌ଲେ। ଏହା ସହିତ ତାଙ୍କୁ ନିର୍ବାଚନ ଲଢିବା ଯୋଗ୍ୟ ବୋଲି ଘୋଷଣା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.