ପ୍ରମୂଖ ଖବର
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

FASTag ସ୍ଥାନରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି GNSS ! ବଦଳିଯିବ ଟୋଲ୍‌ ପୈଠ କରିବାର ସମ୍ପୁର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ, ୨୭/୦୮: ଭାରତରେ ଦିନକୁ ଦିନ ବୈଷୟିକ କ୍ଷେତ୍ରରେ କିଛି ନା କିଛି ନୂଆ ଘଟଣା ଘଟୁଛି। ଏହି ପରିପ୍ରେକ୍ଷିରେ ସହିତ ଟୋଲ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଡିଜିଟାଲ ପଦ୍ଧତି ମାଧ୍ୟମରେ ଟୋଲ ସଂଗ୍ରହ ପାଇଁ ବ୍ୟବହାର କରଯାଇଆସୁଥିବା ବେଳେ ଏବେ କିନ୍ତୁ ସରକାର ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ଟେକ୍ନୋଲୋଜି ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ ଘୋଷଣା କରିସାରିଥିଲେ। କୁହାଯାଉଛି ଯେ ଏହି ବ୍ୟବସ୍ଥା ବର୍ତ୍ତମାନ ପରୀକ୍ଷା ପର୍ଯ୍ୟାୟରେ ଅଛି। ଏହା ଲାଗୁ ହେବା ପରେ ଭାରତରେ ପୁରୁଣା ଟୋଲ ଟେକ୍ନୋଲୋଜି ବନ୍ଦ ହୋଇପାରେ।

'ଣ ଏହି ଗ୍ଳୋବାଲ ସାଟେଲାଇନ ନାଭିଗେସନ୍‌ ସିଷ୍ଟମ୍‌: 

ଜିଏନ୍‌ଏସ୍‌ଏସ୍‌ ନାଭିଗେସନ୍ ସାଟେଲାଇଟ୍‌ ସିଷ୍ଟମ ଉପରେ ଆଧାରିତ। ଏଥିରେ ଏକ ସାଟେଲାଇଟ ଆଧାରିତ ୟୁନିଟ୍ ରହିବ, ଏହାକୁ ଗାଡ଼ିଗୁଡ଼ିକରେ ଇନ୍‌ଷ୍ଟଲ କରାଯିବ। ଏହି ସିଷ୍ଟମ ସାହାଯ୍ୟରେ କାରଟି କେତେବେଳେ ଟୋଲ ରାଜପଥ ବ୍ୟବହାର କରିବା ଆରମ୍ଭ କଲା ତାହା ଅଧିକାରୀମାନେ ସହଜରେ ଟ୍ରାକ କରିପାରିବେ। ଗାଡି ଟୋଲ ରୋଡ଼ ଛାଡିବା ମାତ୍ରେ ସିଷ୍ଟମ ଟୋଲ ରୋଡ୍ ବ୍ୟବହାରକୁ ହିସାବ କରିବ ଏବଂ ଟଙ୍କା କାଟିବ। ଜିଏନ୍‌ଏସ୍‌ଏସ୍ ସିଷ୍ଟମ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ସାହାଯ୍ୟରେ ଯାତ୍ରୀମାନେ ସେମାନେ କେବଳ ସେହି ଟଙ୍କା ଦେବେ ଯେତିକି ସେମାନେ ଯାତ୍ରା କରିଛନ୍ତି। ଏହାର ସାହାଯ୍ୟରେ ଯାତ୍ରୀମାନେ ମଧ୍ୟ କେତେ ପରିମାଣର ଟୋଲ୍ ଦେବେ ତାହା ଜାଣିପାରିବେ ଏବଂ ସେହି ଅନୁଯାୟୀ ଦେୟ ଦେବାକୁ ସକ୍ଷମ ହେବେ। ଅନ୍ୟ ଏକ ଭଲ କଥା ହେଉଛି ଏହି ଟେକ୍ନୋଲୋଜିର ପ୍ରବର୍ତ୍ତନ ପରେ ପାରମ୍ପାରିକ ଟୋଲ୍ ବୁଥ୍ ମଧ୍ୟ ହଟାଯିବ, ଏହି ସବୁ ସ୍ଥାନରେ ବେଳେବେଳେ ଲମ୍ବା ଧାଡ଼ି ଲାଗି ରହୁଥିଲା।

କେବେ ଆସିବ ଏହି ନୂଆ ବ୍ୟବସ୍ଥା?

ବର୍ତ୍ତମାନ ସୁଦ୍ଧା ସରକାର ଏ ସମ୍ପର୍କରେ ତାରିଖ ଘୋଷଣା କରିନାହାଁନ୍ତି, କିନ୍ତୁ ଦେଶର ଦୁଇଟି ପ୍ରମୁଖ ରାଜପଥରେ ଏହାର ପରୀକ୍ଷା ଚାଲିଛି। ଏଥିମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ-ମୈସୋର ୨୫୭ ନମ୍ବର ଜାତୀୟ ରାଜପଥ ଏବଂ ହରିୟାଣାର ପାନିପତ-ହିସାର ୭୦୯ ନମ୍ବର ଜାତୀୟ ରାଜପଥ ରହିଛି। ସରକାରଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.