ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜେଟ୍-୨୦୨୪ : ସ୍କିଲ ଇଣ୍ଡିଆରେ ୧.୪ କୋଟି ଯୁବକଙ୍କୁ ଟ୍ରେନିଂ, ୧୩ ଏମ୍ସ ଓ ୩୯୦ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଛି

ନୂଆଦିଲ୍ଲୀ, ୦୧/୦୨ : ସଂସଦରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ସମୟରେ ସେ କହିଛନ୍ତି ଯେ, 'ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଆମ ସରକାର ଉଚ୍ଚାଭିଳାଷୀ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନିଷ୍ଠା ସହିତ କାର୍ଯ୍ୟ କରିବା କ୍ଷେତ୍ରରେ ଏକ କୋଟିରୁ ଅଧିକ ଯୁବକଙ୍କୁ ତାଲିମ ଦିଆଯାଇଛି। ମହିଳା ଉଦ୍ୟୋଗ ୨୮ ପ୍ରତିଶତ ବୃଦ୍ଧି ପାଇଛି।

ସ୍କିଲ ଇଣ୍ଡିଆରେ ୧.୪ କୋଟି ଯୁବକଙ୍କୁ ଟ୍ରେନିଂ ଦିଆଯାଇଛି। ଏହାଦ୍ଵାରା ସେମାନଙ୍କ କ୍ୟାରିଅର ସୁଦୃଢ ହେବ। ସାରା ଦେଶରେ ୭ଟି ନୂଆ IIT, ୧୬ଟି IIIT, ୩୯୦ ବିଶ୍ଵବିଦ୍ୟାଳୟ ତିଆରି ହୋଇଛି। ଏତଦ୍ ବ୍ୟତୀତ ୧୫ଟି ଏମ୍ସ ଖୋଲାଯାଇଛି। ଡାକ୍ତର ହେବାକୁ ବହୁ ପିଲାଙ୍କ ସ୍ଵପ୍ନ ରହିଛି। ତେଣୁ ଆହୁରି ଅଧିକ ଚିକିତ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ଏକ କମିଟି ତିଆରି ହେବ।  

ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, 'ବିଶ୍ୱ ଶକ୍ତି ଭାବରେ ଭାରତ ଉଦୀୟମାନ ହେଉଛି। ସମସ୍ତ ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉଛି। ଲୋକଙ୍କ ଆୟ ବୃଦ୍ଧି ପାଇଛି। ଲୋକମାନେ ସଶକ୍ତ ହୋଇଛନ୍ତି। ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆର୍ଥିକ କ୍ଷେତ୍ରକୁ ମଜବୁତ କରାଯାଉଛି। ଲୋକଙ୍କ ପାଇଁ ସୁଯୋଗ ବୃଦ୍ଧି କରାଯାଉଛି।

Also Read :-

ବଜେଟ୍-୨୦୨୪ : ୮୦ କୋଟି ପରିବାରକୁ ମିଳୁଛି ମାଗଣା ରାସନ




  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.