ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ନମାଜ କେବଳ କାରଣ ନୁହେଁ, ସେମାନେ ମାଂସ ଖାଇ..., ବିଦେଶୀ ମୁସଲମାନ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାରେ ଜାଣନ୍ତୁ କ’ଣ କହିଲେ କୁଳପତି ?

ନୂଆଦିଲ୍ଲୀ,୧୯।୩: ଗୁଜରାଟ ୟୁନିଭର୍ସିଟିରେ ନମାଜ ସମୟରେ ବିଦେଶୀ ମୁସଲିମ୍ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ କୁଳପତିଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। କୁଳପତି କହିଛନ୍ତି, ଶନିବାର ବିଦେଶୀ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ନମାଜ ହିଁ କାରଣ ନୁହେଁ। ନୀରଜ ଗୁପ୍ତା କହିଛନ୍ତି, ବିଦେଶୀ ଛାତ୍ରଙ୍କ ପକ୍ଷରୁ ସ୍ଥାନୀୟ ସଂସ୍କୃତିକୁ ଅଣଦେଖା କରିବା ମଧ୍ୟ ଏକ କାରଣ ହୋଇପାରେ। ସେ କହିଛନ୍ତି, ବିଦେଶୀ ଛାତ୍ର ମାଂସାହାରୀ ଖାଦ୍ୟ ଖାଇଥାନ୍ତି ଓ ଖାଦ୍ୟ ସବୁ ବାହାରେ ପକାଇ ଦେବା ଫଳରେ ଗୁଜରାଟର ଶାକାହାରୀ ସମାଜରେ ସମସ୍ୟା ହୋଇପାରେ।

କୂଳପତି ବିଦେଶୀ ଛାତ୍ରଙ୍କୁ ସମ୍ବେଦନଶୀଳ ହେବା ଓ ସ୍ଥାନୀୟ ସଂସ୍କୃତି-ମାନ୍ୟତା ବିଷୟରେ ସଚେତନ ରହିବାର ଆବଶ୍ୟକତା ରହିଛି। ଶନିବାର କିଛି ଲୋକ ଅହମ୍ମଦାବାଦ ସ୍ଥିତ ଗୁଜରାଟ ୟୁନିଭର୍ସିଟିର ହଷ୍ଟେଲରେ ପଶିଥିଲେ ଓ ପରିସରରେ ନମାଜ ପଢୁଥିବା ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ କରିଦେଇଛି। ହିଂସାରେ ୫ ଛାତ୍ର ଆହତ ହୋଇଛନ୍ତି। ଶ୍ରୀଲଙ୍କା ଓ ତାଜିକିସ୍ତାନର ଦୁଇ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି। ହିଂସାର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେଉଛି।

କୂଳପତିଙ୍କୁ ପଚରା ଯାଇଥିଲା, ଶନିବାର ରାତିରେ ୟୁନିଭର୍ସିଟିରେ ହିଂସା କିଭଳି ସୃଷ୍ଟି ହୋଇଥିଲା ? ଏହାର ଉତ୍ତରରେ ଗୁପ୍ତା କହିଛନ୍ତି କୌଣସି ଏକ ଜିନିଷ(ନମାଜ ପଢିବା) କାରଣରୁ ଏତେ ବଡ ଘଟଣା ହୋଇନପାରେ।’ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ସଂଘର୍ଷର କାରଣ କ’ଣ ହୋଇପାରେ ? ସେ କହିଥିଲେ ଏହା ଧାର୍ମିକ ଅଭ୍ୟାସ ନୁହେଁ, ସାଂସ୍କୃତିକ ଅଭ୍ୟାସର କଥା ହୋଇପାରେ। ବିଦେଶୀ ଛାତ୍ରଙ୍କୁ ସ୍ଥାନୀୟ ମାନତ୍ୟା ବିଷୟରେ ଭଲ ଭାବରେ ବୁଝାଯାଇପାରେ।  

କୂଳପତି କହିଛନ୍ତି,ସେ ମାଂସାହାରୀ ଖାଦ୍ୟ ଖାଉଛନ୍ତି, କିନ୍ତୁ ଗୁଜରାଟ ଏକ ଶାକାହାରୀ ସମାଜ। ଆମିଷ ଖାଦ୍ୟର ଅବଶେଷକୁ ଫୋପାଡିବା ଏକ ପ୍ରସଙ୍ଗ ହୋଇପାରେ। ଯଦି ବାକି ଥିବା ମାଂସାହାରୀ ଖାଦ୍ୟକୁ ବାହାରେ ପକାନ୍ତି ତେବେ ବୁଲା କୁକୁରମାନେ ଏହାକୁ ଚାରିଆଡେ ପକାଇ ଦେଉଛନ୍ତି। ସାର୍ବଜନିକ ସ୍ଥାନ ପର୍ଯ୍ୟନ୍ତ ମଧ୍ୟ ଆସିଯାଏ। ଯେହେତୁ ସେମାନେ ବିଦେଶୀ ଷ୍ଟୁଡେଣ୍ଟ ତେଣୁ ସେମାନେ ନୋଟିସ୍‌ରେ ଆସି ଯାଆନ୍ତି। ତେଣୁ ମୁଁ କହିଲି ଏହା କେବଳ ଏକ ଘଟଣାକୁ ନେଇ ନୁହେଁ। ଆମେ କାହାର ନମାଜ ପଢିବାକୁ ନେଇ ଏତେ ଅଣସମ୍ବେଦନହୀନ କିମ୍ବା ଅସହିଷ୍ଣୁ ନୁହେଁ। ଆମେ ତାଙ୍କୁ ସ୍ଥାନୀୟ ସମାଜ, ପ୍ରଥା ଓ ଭାବନାକୁ ନେଇ ମେଣ୍ଟର କରିବାକୁ ହେବ, ଫଳରେ ‌ସେ ସୁରକ୍ଷିତ ରୁହନ୍ତୁ।’ ଏହା ଭିତରେ ଗୁଜରାଟ ପୋଲିସ ଆକ୍ରମଣରେ ହାତ ଥିବା ଆଶଙ୍କାରେ ବହୁ ଲୋକଙ୍କୁ ଗିରଫ କରିଛି। ୨୫ ଜଣ ଅଜଣା ଲୋକଙ୍କ ବିରୋଧରେ ପୋଲିସ ଦଙ୍ଗା, ବେଆଇନ ଭାବରେ ଏକାଠି ହେବା, ଆକ୍ରମଣ କରିବା, ସାର୍ବଜନୀକ ସମ୍ପତ୍ତିକୁ କ୍ଷତି ପହଁଞ୍ଚାଇବା, ଅବାଧ ପ୍ରବେଶ ସହିତ ବହୁ ଧାରାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ଚାରିଆଡେ ନିନ୍ଦା ମଧ୍ୟ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.