ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଚାଲେଞ୍ଜ ହେଲା କାଳ: ତଣ୍ଟିରେ ଗୁଲୁଗୁଲା ଲାଖି ଯୁବକଙ୍କ ମୃତ୍ୟୁ

ବେତନଟୀ,୦୭/୧୧: ଚାଲେଞ୍ଜ ନେଇ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଖିଯିବାରୁ ଶ୍ୱାସରୁଦ୍ଧ ହୋଇ ଜଣେ  ଯୁବକଙ୍କ ଜୀବନ ଯାଇଛି । ମୃତକ ମୟୂରଭଞ୍ଜ ଜିଲ୍ଲା  ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ  ଗ୍ରାମର ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶ  ଚନ୍ଦ୍ର ମହାନାୟକ (୪୨) । 

ରବିବାର ଦାନ୍ତିଆମୁହାଁ ସାପ୍ତାହିକ ହାଟ ଥିଲା । ହାଟରେ ଶିରୀଶ କିଛି ବନ୍ଧୁଙ୍କ ସହ ଗୁଲୁଗୁଲା ଖିଆଚାଲେଞ୍ଜରେ ଭାଗ ନେଇଥିଲେ । ଏକସଙ୍ଗେ ୪ଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ପାଟିରେ ପୂରାଇ ଖାଇବାକୁ ଆରମ୍ଭ କରିବ ବେଳେ ଏହା  ତଣ୍ଟିରେ ଲାଖି ଯାଇଥିଲା । ଫଳରେ ଶିରୀଶ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ । ପାଖରେ ଥିବା ଲୋକେ ତାଙ୍କୁ ପାଣି  ପିଆଇଥିଲେ ବି ପାଣି ନାକ ପଟୁ ବାହାରି ଆସିଥିଲା । ଶିରୀଶ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ  ଲୋକେ ତାଙ୍କୁ ବାରିପଦା ଡାକ୍ତରଖାନା ନେଇଥିଲେ ।  ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.