ଘଟଗାଁ,୦୭/୦୯: ଶାଳ ଗଛରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ । ମୃତକ ଜଣକ ଘଷିପୁରା ଥାନା ଅନ୍ତର୍ଗତ ଭଗାନଈ ଗ୍ରାମର କରୁଣାକର ସାହୁ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବାଙ୍କସାହି ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, କରୁଣାକର କବାଡିଆ ବେପାର କରନ୍ତି । ସେ ଶୁକ୍ରବାର ହରିଚନ୍ଦନପୁର ସ୍ଥିତ ତାଙ୍କ ଘରୁ ବେପାର କରିବା ପାଇଁ ଆସିଥିଲେ । ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଥିଲେ । ପରେ କରୁଣାକର ବାଙ୍କସାହି ନିକଟରେ ଥିବା ଏକ ଶାଳ ଗଛରେ ଏକ ପ୍ଲାଷ୍ଟିକ୍ ଦଉଡ଼ି ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ କରୁଣାକରଙ୍କୁ କେହି ହତ୍ୟା କରି ଗଛରେ ଝୁଲେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।