ବାରିପଦା,୨୯/୦୯: ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତ ଯୁବକ ଜଣକ ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଘରାରୋଡ ଅଞ୍ଚଳର ମନ୍ତ୍ରୀ ଛକର ହରିନନ୍ଦନ ପଟ୍ଟନାୟକଙ୍କ ପୁଅ ଜଗମୋହନ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ରବିବାର ସକାଳୁ ଘର ମଧ୍ୟରେ ସିଲିଂରେ ଏକ ରଶିରେ ବନ୍ଧା ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ମୃତଦେହ ଜବତ କରିଥିଲା । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଏନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି । ଏହା ସହ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ମୃତ୍ୟଦେହ ପଠାଯାଇଛି ପୋଲିସ ।