ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀ: ବଦଲାପୁର ଘଟଣାକୁ ଏନ୍‌କାଉଣ୍ଟର କହିବା କଷ୍ଟକର, ଅକ୍ଟୋବର ୩ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ, ୨୬/୦୯: ମହାରାଷ୍ଟ୍ର  ବଦଲାପୁରର ଏକ ସ୍କୁଲରେ ଗତ ମାସରେ ଦୁଇ ଶିଶୁଙ୍କ ଯୌନ ଶୋଷଣ ଘଟଣାର  ଅଭିଯୁକ୍ତ ଅକ୍ଷୟ ସିନ୍ଦେର ଏନ୍‌କାଉଣ୍ଟର  ଉପରେ ବମ୍ବେ ହାଇକୋର୍ଟ ବୁଧବାର ପ୍ରଶ୍ନ ଉଠାଇଛନ୍ତି । ଜଷ୍ଟିସ୍‌ ରେବତୀ  ମୋହିତେ ଡେରେ ଓ ଜଷ୍ଟିସ୍‌ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ  ପ୍ରଶ୍ନ କରିଛନ୍ତି ଯେ, ୪ ଜଣ ଅଫିସର  ଜଣେ ଅଭିଯୁକ୍ତକୁ ସମ୍ଭାଳି ପାରିଲେ ନାହିଁ  ବୋଲି ଆମେ କିଭଳି ଗ୍ରହଣ କରିବୁ ।  ଅଭିଯୁକ୍ତ ହାତକଡ଼ି ପିନ୍ଧିଥିଲେ । ଆତ୍ମରକ୍ଷା  ସ୍ଥିତିରେ ସିଧାସଳଖ ଅଭିଯୁକ୍ତଙ୍କର ମୁଣ୍ଡ  ନୁହଁ, ଗୋଡ଼ କିମ୍ବା ବାହୁକୁ ଗୁଳି କରାଯାଏ ।  ଗୁଳି ଚଳାଇଥିବା ଅଫିସରଙ୍କୁ କେଉଁସ୍ଥାନକୁ  ଗୁଳି ମାରିବେ ତାହା ଜଣାଥିବା ଦରକାର । 

ଅଭିଯୁକ୍ତ ଟ୍ରିଗର ଦବାଇବା କ୍ଷଣି ୪ ଜଣ  ଲୋକ ଖୁବ୍‌ ସହଜରେ ତାକୁ କାବୁ  କରିପାରିଥାନ୍ତେ । ସେ ସେଭଳି ଶକ୍ତିଶାଳୀ  ମଧ୍ୟ ନଥିଲା । ସେଥିଲାଗି କାହିଁକି ଉଦ୍ୟମ  କରାଗଲାନି । ବଦ୍‌ଲାପୁର ଘଟଣାକୁ  ଏନ୍‌କାଉଣ୍ଟର କହିବା କଷ୍ଟକର । ଏଥିସହ  କୋର୍ଟ ସିଆଇଡିକୁ କେସ୍‌ ପେପର ପ୍ରଦାନ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତକୁ  ଜେଲ୍‌ରୁ ବାହାର କରିବା ପରଠାରୁ ତାକୁ  ହସ୍ପିଟାଲରେ ମୃତ ଘୋଷିତ କରାଯିବା ଯାଏ  ସିସିଟିଭି ଫୁଟେଜ୍‌କୁ ସୁରକ୍ଷିତ ରଖିବାକୁ  କହିଛନ୍ତି । ସେହିପରି ଅଭିଯୁକ୍ତଙ୍କ ବାପାଙ୍କ  ଅଭିଯୋଗ ନେଇ କାହିଁକି ଏତଲା ରୁଜୁ  ହୋଇନାହିଁ ବୋଲି ପ୍ରଶ୍ନ କରିବା ସହ ତାର  ମୃତ୍ୟୁର ନିରପେକ୍ଷ ତଦନ୍ତ ଉପରେ କୋର୍ଟ  ଗୁରୁତ୍ୱାରୋପ କରିଛନ୍ତି । 

 ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ  ସିନ୍ଦେ ଆଜି କହିଛନ୍ତି, ପୁଲିସ ଅଭିଯୁକ୍ତ  ଉପରେ ଆତ୍ମରକ୍ଷା ଲାଗି ଗୁଳି  ଚଳାଇଥିଲା । ଯଦି ସେ ଖସି ପଳାଇଥାନ୍ତା  ତେବେ ବିରୋଧୀମାନେ ଏଥିନେଇ ପ୍ରଶ୍ନ  କରିଥାନ୍ତେ । ଘଟଣାରେ ଆହତ ପୁଲିସଙ୍କୁ  ଆମେ ସମର୍ଥନ କରିବା ଦରକାର । ସିନ୍ଦେର  ୪ଟି ପତ୍ନୀ ଥିଲେ । ସେମାନଙ୍କ ମଧ୍ୟରୁ  ଜଣେ ଖସି ପଳାଇ ପୁଲିସ ନିକଟରେ  ମାମଲା ରୁଜୁ କରାଇଥିଲେ । ସେ ଅଭିଯୁକ୍ତ  ବିରୋଧରେ ଅପ୍ରାକୃତିକ ଯୌନକ୍ରିୟାର  ଅଭିଯୋଗ ବି ଆଣିଥିଲେ । ପୁଲିସ  ଅନୁସାରେ, ସେହି ମାମଲାରେ ସୋମବାର  କ୍ରାଇମବ୍ରାଞ୍ଚ ଟିମ୍‌ ତାକୁ ତଲୋଜା ଜେଲ୍‌ରୁ  ବଦଲାପୁର ନେଉଥିବାବେଳେ ରାସ୍ତାରେ  ସେ ଜଣେ କନ୍‌ଷ୍ଟେବଳଙ୍କ ବନ୍ଧୁକ  ଛଡ଼ାଇ ନେଇ ଗୁଳି କରିଥିଲା । ପରେ  ପୁଲିସର ଜବାବୀ ଗୁଳିମାଡ଼ରେ ସେ  ପ୍ରାଣ ହରାଇଥିଲା । ଅକ୍ଷୟର ପିତା ବମ୍ବେ  ହାଇକୋର୍ଟରେ ଆବେଦନ ଦାଖଲ କରି  ଏନ୍‌କାଉଣ୍ଟରର ଏସ୍‌ଆଇଟି ତଦନ୍ତ ଦାବି  କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.