ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଘାତକ ସାଜୁଛି ଘରୋଇ ଇନ୍ଧନ, ମହିଳା ଓ ପିଲାଙ୍କୁ ଦେଉଛି ଅକାଳ ମୃତ୍ୟୁର ଉପହାର

Published By : Harapriya Sethi | July 8, 2024 9:12 AM

ଟେକ୍ନୋଲୋଜିର ଏହି ଯୁଗରେ ଆମେ ରୋବୋଟ୍ ଦ୍ୱାରା ସମସ୍ତ କାର୍ଯ୍ୟ କରାଉଛେ । ଅନ୍ୟପଟେ ବିଶ୍ୱର ପ୍ରାୟ ୨.୩ ବିଲିୟନ ଲୋକ, ଅର୍ଥାତ୍ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ କିରୋସିନି, କାଠ, ପଶୁଙ୍କ ଗୋବର କିମ୍ବା କୋଇଲାରେ ଚାଲୁଥିବା ଚୁଲି ବ୍ୟବହାର କରି ଖାଦ୍ୟ ରାନ୍ଧୁଛନ୍ତି । ଏଥିରୁ ବାହାରୁଥିବା କ୍ଷତିକାରକ ଧୂଆଁ ଘର ଭିତରର ବାୟୁ ପ୍ରଦୂଷଣ କରି ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ଏହି ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି କ୍ଷତିକାରକ ବାୟୁ କେବଳ ଲୋକଙ୍କ ସ୍ୱାସ୍ଥ୍ୟକୁ ଖରାପ କରୁନାହିଁ ବରଂ ବିଶେଷ କରି ପିଲାମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେଉଛି ।

ପିଲାମାନଙ୍କ ପାଇଁ ଘାତକ ସାଜିଛି ଏହି ଧୂଆଁ-

ଗ୍ୟାସ୍ ସିଲିଣ୍ଡର ଠାରୁ ଆରମ୍ଭ କରି ଏୟାର ଫ୍ରାଏର୍ ପର୍ଯ୍ୟନ୍ତ ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ଆଧୁନିକ ହୋଇପାରିଛି । ଆଜି ମଧ୍ୟ ବିଶ୍ୱର ପ୍ରାୟ ୨.୩ ବିଲିୟନ ଲୋକ ଚୁଲି କିମ୍ବା କୋଇଲା ଏବଂ କାଠ ବ୍ୟବହାର କରି ଖାଦ୍ୟ ରାନ୍ଧିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ନିମ୍ନ ବର୍ଗର । ଯଦି ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ଦେଖିବା, ୨୦୨୦ରେ ବାର୍ଷିକ ୩.୨ନିୟୁତ ମୃତ୍ୟୁ ପାଇଁ ଘର ଭିତରର ବାୟୁ ପ୍ରଦୂଷଣ ହିଁ ଦାୟୀ । ଏଥିରେ ୫ ବର୍ଷରୁ କମ ବୟଷର ୨ ଲକ୍ଷ ୩୭ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ଘରୋଇ ଇନ୍ଧନ ଯୋଗୁଁ ଏହି ରୋଗର ଆଶଙ୍କା ବୃଦ୍ଧି- 

ଘରର ବାୟୁ ପ୍ରଦୂଷଣ ଷ୍ଟ୍ରୋକ, ହୃଦ୍ ରୋଗ, କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ଏବଂ ଫୁସଫୁସ କର୍କଟ ସହିତ ଅଣ ସଂକ୍ରାମକ ରୋଗ ସୃଷ୍ଟି କରୁଛି । ମହିଳା ଏବଂ ଶିଶୁ ବିଶେଷ ଭାବରେ ଏହିପରି ରୋଗର ଶିକାର ହୋଇଥାନ୍ତି । ଘର ଭିତରର ବାୟୁ ପ୍ରଦୂଷଣରେ ବିଭିନ୍ନ ସ୍ୱାସ୍ଥ୍ୟ-କ୍ଷତିକାରକ ପ୍ରଦୂଷକ ଅନ୍ତର୍ଭୁକ୍ତ । ଏହି କ୍ଷୁଦ୍ର କଣିକା ଫୁସଫୁସରେ ପ୍ରବେଶ କରି ରକ୍ତ ସଞ୍ଚାଳନରେ ପ୍ରବେଶ କରିଥାଏ ।

ଉପଯୁକ୍ତ ଭେଣ୍ଟିଲେସନ୍ ନଥିବା ଘର ଭିତରେ ଧୂଆଁ ପ୍ରବେଶ କରେ ଏବଂ ସଂପୂର୍ଣ୍ଣ ଭାବରେ ବାହାରକୁ ବାହାରିପାରି ନଥାଏ । ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଥାଏ । ବାସ୍ତବରେ, ଯେତେବେଳେ ଘରର ମହିଳାମାନେ ଚୁଲିରେ ଖାଦ୍ୟ ରାନ୍ଧନ୍ତି, ଘର ଭିତରେ ଥିବା ଧୂଆଁ ବଢିଯାଏ ଏବଂ ଏହି ଧୂଆଁ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଇଥାଏ । ବାରମ୍ୱାର ଏହା ହେବା ଦ୍ୱାରା ପରେ ସାଂଘାତିକ ରୂପ ନେଇଥାଏ ।

ପ୍ରଧାନମନ୍ତ୍ରୀଙ୍କ ଉଜ୍ୱଳା ଯୋଜନା ପରେ କମିଛି ବିପଦ-

ଏକ ରନ୍ଧନ ଇନ୍ଧନ ଭାବରେ ଏଲପିଜିର ବ୍ୟବହାର ୨୦୧୯ରେ ପ୍ରଦୂଷଣ ସହ ଜଡିତ ପ୍ରାୟ ୧.୫ ଲକ୍ଷ ଅକାଳ ମୃତ୍ୟୁକୁ ରୋକିବା ପାଇଁ ସକ୍ଷମ ହୋଇଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଉଜ୍ୱଳା ଯୋଜନା ସେହି ବର୍ଷ ଅତି କମରେ ୧.୮ ମିଲିୟନ ଟନ ପିଏମ୨.୫ ନିର୍ଗମନକୁ ଏଡାଇବାରେ ସାହାଯ୍ୟ କରିଛି । ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁରେ ୧୩% ହ୍ରାସ ଘଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ- 

ଘରୋଇ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ତଥା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱଚ୍ଛ ଇନ୍ଧନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ । ଏଥିମଧ୍ୟରେ ସୌରଶକ୍ତି, ବିଦ୍ୟୁତ୍, ବାୟୋଗ୍ୟାସ୍, ତରଳ ପେଟ୍ରୋଲିୟମ ଗ୍ୟାସ୍ (LPG), ପ୍ରାକୃତିକ ଗ୍ୟାସ୍ ଏବଂ ବାୟୋମାସ୍ ଚୁଲା ଅନ୍ତର୍ଭୁକ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ସୁରକ୍ଷିତ ଏବଂ ଯାହାର ବ୍ୟବହାର ବୃଦ୍ଧି କରାଯିବା ଉଚିତ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.