ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କାଶ୍ମୀର ଉପତ୍ୟକାରେ ‘ଲୁ’ର ତାଣ୍ଡବ , ଶ୍ରୀନଗରରେ ଭାଙ୍ଗିଲା ଗୋଟିଏ ଦଶକର ରେକର୍ଡ

ଶ୍ରୀନଗର : ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଗରମ ଓ ଲୁ୍‌’ର ପ୍ରଭାବରେ ପଡ଼ିଛି। ହେଲେ ଅନୁକୂଳ ପବନ ବହିବା ଯୋଗୁଁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ଭାରତର ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସକାଳେ ସର୍ବନିମ୍ନ ତାପମାତ୍ରା ୩୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ହାରାହାରି ୪ ଡିଗ୍ରୀ ସେଲସିୟସ ଅଧିକ। ସକାଳ ୮.୩୦ ଟାରେ ପବନରେ ଆଦ୍ରତା ୬୧ ପ୍ରତିଶତ ରୁଜୁ କରାଯାଇଛି। ପାଣିପାଗ ବିଭାଗ କହିଛି, ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସର ନିକଟରେ ରହିବାର ସମ୍ଭାବନା ରହିଛି। 

ଏପଟେ , ହରିଆଣା , ପଞ୍ଜାବ, ରାଜସ୍ଥାନ ସମେତ ଜମ୍ମୁ-କାଶ୍ମୀରରେ ମଧ୍ୟ ପ୍ରବଳ ତାତି ଓ ଲୁ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ତାର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଥଣ୍ଡା ପାଗ ପାଇଁ ପ୍ରସିଦ୍ଧ କାଶ୍ମୀର ଘାଟୀରେ ମଧ୍ୟ ଲୁ ପ୍ରବାହ ଚାଲିଛି। ସ୍ଥିତି ଏମିତି କି ଶ୍ରୀନଗରରେ ତାପମାତ୍ରା ଗତ ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। 

ଗୁରୁବାର ମେ’ର ସବୁଠୁ ଗରମ ଦିନ ରେକର୍ଡ କରାଯାଇଛି। ସେପଟେ ତାପମାତ୍ରା ୩୨.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହା ପୂର୍ବରୁ ୨୩ ମେ ୨୦୨୩ରେ ମଧ୍ୟ ଶ୍ରୀନଗରରେ ଏତେ ହିଁ ତାପମାତ୍ରା ରେକର୍ଡ କରାଯାଇ ଥିଲା। ଭୀଷଣ ଗରମ କାରଣରୁ କାଶ୍ମୀରର ଅନ୍ୟ ସବୁ ପାଣିପାଗ କେନ୍ଦ୍ରରେ ମଧ୍ୟ ଏହି ପାଣିପାଗର ସବୁଠୁ ଗରମ ଦିନ ଭାବେ ରେକର୍ଡ କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.