ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶରେ ସ୍ଥିତି ସଙ୍ଗିନ ; ୯ମୃତ , ୧୩ ହଜାର ଲୋକ ବିସ୍ଥାପିତ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶରେ ଗତ ୨ଦିନ ଧରି ମୂଷଳଧାରାରେ ବର୍ଷା ହେଉଛି। ଏହା କାରଣରୁ ୫ଟି ଜିଲ୍ଲାରେ ୨୯୪ଟି ଗାଁରୁ ୧୩,୨୨୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚା ଯାଇଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ ଅଧିକାରୀଙ୍କ ସହ ପାଣିପାଗର ସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ବନ୍ୟାର ଆକଳନ କରିବା ଓ ଏହି ଅନୁସାରେ ସାହାଯ୍ୟ ଓ ଉଦ୍ଧାର ଅଭିଯାନ ପରିଚାଳନ କରିବାକୁ ଡ୍ରୋନ୍‌ର ବ୍ୟବହାର କରିବାକୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ଅଧିକାରୀ କହିଛନ୍ତି କି, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାର ତଟରେ ସୃଷ୍ଟି ଚାପ ରବିବାର ସକାଳେ ଉତ୍ତର-ପଶ୍ଚିମ ଆଡ଼କୁ ବଢିଛି , ଯାହା କଲିଙ୍ଗପଟ୍ଟନମ୍‌ ନିକଟସ୍ଥ ଦକ୍ଷିଣ ରାଜ୍ୟର ତଟକୁ ଅତିକ୍ରମ କରିଛି। ଏହି କାରଣରୁ ରାଜ୍ୟରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଥିଲା। 

ଗୃହମନ୍ତ୍ରୀ ବଙ୍ଗଲାପୁଡି ଅନିତା କହିଛନ୍ତି , ବର୍ଷା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯାହାଙ୍କ ପାଇଁ ଏନଟିଆର, କୃଷ୍ଣା, ବାପଟଲା , ଗୁଣ୍ଟୁର ଓ ପାଳନାଡୁ ଜିଲ୍ଲାରେ ୧୦୦ଟି ଆଶ୍ରୟ କେନ୍ଦ୍ର ତିଆରି କରାଯାଇଛି। ଏହାସହ ୬୧ଟି ଚିକିତ୍ସା ଶିବିରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୃହମନ୍ତ୍ରୀ ଅଫିସିଆଲି ବିଜ୍ଞପ୍ତିରେ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଏବେସୁଦ୍ଧା ୯ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ପୁଲିସ , ଏନଡିଆରଏଫ୍‌ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ (ଏସଡିଆରଏଫ୍)ର ଦଳ ଜଳମଗ୍ନ ଅଞ୍ଚଳରେ ୬୦୦ଲୋକଙ୍କୁ ରକ୍ଷା କରିଛନ୍ତି। ଏନଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ର ୧୭ଟି ଦଳ ୭ଟି ଜିଲ୍ଲାରେ ୨୨ଟି ଜଳମଗ୍ନ ସ୍ଥାନରେ ଉଦ୍ଧାର ଅଭିଯାନ ଚଲାଇଛନ୍ତି। 

ପ୍ରାରମ୍ଭିକ ଆକଳନ ଅନୁସାରେ , ଅନିତା କହିଛନ୍ତି ଯେ, ବର୍ଷା କାରଣରୁ ୬୨,୬୪୪ହେକ୍ଟର ଧାନ ଫସଲ ଓ ୭,୨୧୮ ହେକ୍ଟର ବଗିଚା ଜଳମଗ୍ନ ହୋଇ ଯାଇଛି। ସେ କହିଛନ୍ତି କି ସବୁ ଜିଲ୍ଲାରେ ଟୋଲ୍ ଫ୍ରି ନମ୍ୱର ଓ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରାଯାଇଛି। ଏହାସହ ସ୍ଥିତି ଉପରେ ନଜର ରଖିବା ପାଇଁ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ପାଣିପାଗର ସ୍ଥିତିର ସମୀକ୍ଷା କରିଛନ୍ତି। ୬୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.