ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୩୫ ଆସନରେ କଡ଼ା ଲଢ଼େଇ, ହାରଜିତ୍‌ ବ୍ୟବଧାନ ୫ ହଜାରରୁ କମ୍‌

ଭୁବନେଶ୍ୱର, ୦୫/୦୬ : କଡ଼ା ଲଢ଼େଇ । ଶେଷ ଯାଏଁ ଶ୍ୱାସରୁଦ୍ଧ ହୋଇ ଅନେଇ ଥାଆନ୍ତି ପ୍ରାର୍ଥୀ ଓ ସମର୍ଥକ । ଫଳ କ’ଣ ହେବ? ବିଧାନସଭାର ୩୫ଟି ଆସନରେ ଏଥର ଏମିତି ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। ଏସବୁ ଆସନରେ ହାରଜିତ୍‌ ବ୍ୟବଧାନ ମାତ୍ର ୫ ହଜାର ଭିତରେ । ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମାତ୍ର ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଜଳେଶ୍ୱରରେ ବିଜେଡିର ଅଶ୍ୱିନୀ ପାତ୍ର ୩୧୯ଟି ଭୋଟରେ, ନୟାଗଡ଼ରେ ଅରୁଣ ସାହୁ ୪୩୯, ବାସୁଦେବପୁରରେ କଂଗ୍ରେସର ଅଶୋକ ଦାସ ୬୩୧ ଭୋଟ ଓ ସୋରରେ ବିଜେଡିର ମାଧବ ଧଡ଼ା ମାତ୍ର ୮୦୨ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି । 

ପାଟଣାଗଡ଼ରେ ବିଜେପିର କନକ ବର୍ଦ୍ଧନ ସିଂହଦେଓ ୧୩୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବାବେଳେ ବାଲିଗୁଡ଼ାରେ ବିଜେଡିର ଚକ୍ରମଣି କହଁର ୧୬୭୧, ଭଣ୍ଡାରିପୋଖରୀରେ ସଞ୍ଜୀବ ମଲ୍ଲିକ ୧୫୫୧, ପଟାଙ୍ଗୀରେ କଂଗ୍ରେସର ରାମଚନ୍ଦ୍ର କାଡାମ ୧୯୧୯, ଫୁଲବାଣୀରେ ବିଜେପିର ଉମାଚରଣ ମଲ୍ଲିକ ୨୮୫୮, ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକ ୨୮୫୬, ବୌଦ୍ଧରେ ବିଜେପିର ସରୋଜ ପ୍ରଧାନ ୨୭୬୫, ଚାନ୍ଦବାଲିରେ ବିଜେଡିର ବ୍ୟୋମକେଶ ରାୟ ୧୯୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କଟକ ସଦରରେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ୩୮୦୯ ଭୋଟରେ ବାଜି ମାରିଥିବା ବେଳେ ଧର୍ମଶାଳାରେ ନିର୍ଦ୍ଦଳୀୟ ହିମାଂଶୁ ସାହୁ ୪୧୫୦ ଭୋଟରେ ଜିତିଛନ୍ତି । ଯାଜପୁରରେ ବିଜେଡିର ସୁଜାତା ସାହୁ ୨୫୬୪, ରେଙ୍ଗାଲିରେ ବିଜେଡିର ସୁଦର୍ଶନ ହରିପାଲ ୩୨୧୨, ଝରିଗାଁରେ ବିଜେପିର ନରସିଂହ ଭର୍ତା ୩୨୭୮, ଆଠଗଡ଼ରେ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୩୫୮୪, ପାରଳାଖେମୁଣ୍ଡିରେ ବିଜେଡିର ରୁପେଶ ପାଣିଗ୍ରାହୀ ୩୯୫୮, ରାଉରକେଲାରେ ସାରଦା ନାୟକ ୩୫୫୨, ଝାରସୁଗୁଡ଼ାରେ ବିଜେପିର ଟଙ୍କଧର ତ୍ରିପାଠୀ ୧୩୩୩, ନିଆଳିରେ ବିଜେପିର ଛବି ମଲ୍ଲିକ ୧୪୫୨, ଜୁନାଗଡ଼ରେ ବିଜେଡିର ଦିବ୍ୟଶଙ୍କର ମିଶ୍ର ୧୩୭୯, ସମ୍ବଲପୁରରେ ବିଜେପିର ଜୟନାରାୟଣ ମିଶ୍ର ୪୧୦୫, ଚିଲିକାରେ ବିଜେପି ପୃଥ୍ୱୀରାଜ ହରିଚନ୍ଦନ ୪୫୬୬, ରେଢ଼ାଖୋଲରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ୪୯୬୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ମାତ୍ର ୪୬୩୬ ଥିଲା । ସେହିପରି ପ୍ରାୟ ୭୦ଟି ନିର୍ବାଚନ ମଣ୍ଡଳୀରେ ବିଜୟ ବ୍ୟବଧାନ ୧୦ ହଜାର ଭିତରେ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.