ଭୁବନେଶ୍ଵର, ୨୨/୦୮ : ତୃତୀୟ ଦିନରେ ବି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହାଲ୍ଲା। ସେପଟେ ଇଡି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ନାରାବାଜି କଲେ ବିରୋଧୀ। ଯାହାଫଳରେ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି।
ବିଜେଡି ବିଧାୟକ ଗୌତମ ବୁଧ ଦାସ ଏନେଇ କହିଛନ୍ତି ଯେ, ମଦ ମୃତ୍ୟୁ ପରି ସମ୍ବେଦନଶୀଳ ଘଟଣାକୁ ଚପାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ତିନି ଦିନ ହେଲାଣି, ଏଯାଏଁ ଘଟଣାସ୍ଥଳକୁ ଯାଇ ନାହାଁନ୍ତି ଅବକାରୀ ମନ୍ତ୍ରୀ। ସେ ଇସ୍ତଫା ଦିଅନ୍ତୁ।