ନୂଆଦିଲ୍ଲୀ,୨୬।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ଏପର୍ଯ୍ୟନ୍ତ ୪୦୨ ପ୍ରାର୍ଥୀଙ୍କୁ ଘୋଷିତ କରିଛି। ଶନିବାର ସନ୍ଧ୍ୟାରେ ଆସିଥିବା ଲିଷ୍ଟରେ ବିଜେପି ୧୧ଟି ନାଁ ଘୋଷଣା କରି ବହୁ ଏଭଳି ସିଟ୍ରେ କ୍ୟାଣ୍ଡିଡେଟ୍ ଘୋଷିତ କରିଛି, ଯାହାକୁ ନେଇ ଚର୍ଚ୍ଚା ଥିଲା। ଏଭଳି ଭାବରେ ବିଜେପି ଏପର୍ଯ୍ୟନ୍ତ ସେହି ୯୦ ପ୍ରତିଶତ ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇ ସାରିଛି, ଯେଉଁଥିରେ ତାକୁ ଲଢିବାର ଅଛି। କୁହାଯାଉଛି ଯେ, ବିଜେପି ଅଧିକରୁ ଅଧିକ ୪୪୦ କିମ୍ବା ୪୫୦ ଆସନରେ ପ୍ରାର୍ଥୀଙ୍କୁ ଓହ୍ଲାଇବ। ଏଭଳି ସ୍ଥିତିରେ ପ୍ରଥମ ରାଉଣ୍ଡ ମତଦାନର ପ୍ରାୟ ୨୫ ଦିନ ପୂର୍ବରୁ ୪୦୦ ପ୍ରାର୍ଥୀ ଧାର୍ଯ୍ୟ କରିବା ଦଳର ତ୍ବରିତ ନିଷ୍ପତ୍ତିକୁ ଦର୍ଶାଉଛି। ପୁରା ନିର୍ବାଚନରେ ୪୪ ଦିନର ସମୟ ଲାଗିଥାଏ। ଏଭଳି ସ୍ଥିତିରେ ସେହି ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ମଧ୍ୟ ପୁରା ସମୟ ମିଳିବ।
ବିଜେପି ସମୟ ପୂର୍ବରୁ ଲିଷ୍ଟ ଜାରି କରିଛି, ସେଭଳି ବର୍ତ୍ତମାନ ଥିବା ସାଂସଦଙ୍କ ଭିତରୁ ପ୍ରାୟ ୧୦୦ ରିପିଟ୍ କରାଯାଇନି। ଏହାଦ୍ବାରା ପାର୍ଟି ବହୁ ବାର୍ତ୍ତା ଦେଉଛି। ପ୍ରଥମ କଥା ଏହା ଯେ, ପାର୍ଟି ସମୟ ଥାଉ ଥାଉ କ୍ୟାଣ୍ଡିଡେଟ୍ ଘୋଷଣା କରି ତାଙ୍କୁ ନିର୍ବାଚନରେ ଓହ୍ଲାଇବାକୁ ପର୍ଯ୍ୟାପ୍ତ ସମୟ ଦେଇଛି। ବିଜେପି ନିଜ ଦମ୍ରେ ୩୭୦ ଆସନ ଟାର୍ଗେଟକୁ ନେଇ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଅଧିବେଶନରେ ଏହି କଥା କହିଛନ୍ତି। ଏଭଳି ସ୍ଥିତିରେ ବିଜେପିକୁ ୮୦% ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଟ୍ ଦେଖିବାକୁ ହେବ,ସେତେବେଳେ ଏହି ଟାର୍ଗେଟ ମିଳିପାରିବ। ପ୍ରାର୍ଥୀଙ୍କ ପାଖରେ ଅତି କମ୍ରେ ଏକ ମାସର ସମୟ ରହିଛି ସେମାନେ ପ୍ରଚାର କରିପାରିବେ।
ଏତେ ସମୟ ମଧ୍ୟରେ ବିଜେପି ସେହି ଆସନରେ ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କୁ ମନାଇ ପାରିବ ଯେଉଁଠି କିଛି ନେତାଙ୍କ ଟିକେଟ କଟି ଯାଇଛି। ଏହି ନେତାଙ୍କ ଭିତରେ ଗାଜିଆବାଦରୁ ଜେନେରାଲ ଭିକେ ସିଂହ, ବକ୍ସରରୁ ଅଶ୍ବିନୀ ଚୌବେ, ନୂଆ ଦିଲ୍ଲୀରୁ ମିନାକ୍ଷୀ ଲେଖି, ଭୋପାଳରୁ ସ୍ବାଧି ପ୍ରଜ୍ଞା, ଦିଲ୍ଳୀରୁ ରମେଶ ବିଧୁଡି ଓ ପ୍ରବେଶ ବର୍ମା ଅଛନ୍ତି। ବିଜେପି ଏଭଳି ବିବାଦୀୟ ନେତାଙ୍କୁ ଦୂରେଇ ଦେଇଛି। ଏଭଳି ବରିଷ୍ଠ ନେତାଙ୍କୁ ମଧ୍ୟ ନିର୍ବାଚନୀ ରେସ୍ରୁ ବାହାର କରି ଦିଆଯାଇଛି, ଯାହାକି ଲମ୍ବା ସମୟ ହେବ ଲାଗି ରହିଛି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କିଛି ଦିନ ତଳେ କହୁଥିଲେ ଯେ, ବିଜେପିର ପ୍ରାର୍ଥୀ ପଦ୍ମର ଲୋଗୋକୁ ଦେଖି କାମ କରିବା ଦରକାର।