ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଡିପ୍‌ଫେକ୍ ବିରୋଧରେ ସରକାରଙ୍କ ପ୍ରସ୍ତୁତି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ସବୁ ଥାନାରେ ଲାଗିବ ସ୍ପେଶାଲ ଟୁଲ୍‌

ନୂଆଦିଲ୍ଲୀ,୯।୨:  ଡିପ୍‌ଫେକ୍‌ ସାରା ଦୁନିଆ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ। ଏହାର ବ୍ୟବହାର ଭୁଲ ସୂଚନା ପ୍ରଚାର କରିବା କିମ୍ବା କାହାକୁ ବଦନାମ କରିବା ପାଇଁ କରାଯାଇ ପାରେ। ଏଭଳି ସମୟରେ ନିର୍ବାଚନ ସମୟରେ ଏହାକୁ ବ୍ୟବହାର ହୋଇପାରେ ବୋଲି ବଡ ଭୟ ରହିଛି। ଏହାକୁ ଦେଖି ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଡିପଫେକ୍ ଡିଟେକ୍ସନ ଏକ୍ସପର୍ଟଙ୍କ ଟିମ୍ ମୁତୟନ କରିବ।

ଗୃହମନ୍ତ୍ରଣାଳୟର ସାଇବର ଓ୍ବିଙ୍ଗ ଡିପାର୍ଟମେଣ୍ଟ ଖୁବ୍ ଶୀଘ୍ର  ଡିପ୍‌ଫେକ୍ ଡିଟେକସନ୍ ଟୁଲ ନେଇକି ବସିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହା ଉପରେ ବଡ ସ୍ତରରେ କାମ ଚାଲିଛି, ଯେଉଁଥିରେ ବିଫିଆରଡି(ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଡେଭଲପମେଣ୍ଟ) ଓ MHA ର I4C(ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ୍ ସେଣ୍ଟର) ଡିପାର୍ଟମେଣ୍ଟ ରିସର୍ଚ୍ଚ କରି ଡିପଫେକ୍ ଡିଟେକସନ୍ ଟୁଲ୍ ତିଆରି କରୁଛନ୍ତି।

ମନ୍ତ୍ରଣାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ ପ୍ରତ୍ୟେକ ସାଇବର ଥାନାରେ ଏହି ଡିଟେକସନ୍ ଟୁଲ୍‌ ପୋଲିସକୁ ଦିଆଯିବ। ଏହା ଆଧାରରେ ଡିପ୍‌ ଫେକ୍ ଭିଡିଓକୁ ଡିଟେକ୍ଟ କରିବାରେ ସହାୟତା ମିଳିବ। ଡିପ୍‌ଫେକ୍‌କୁ ଆପଣ ଭିଡିଓ ଏଡିଟିଂ କିମ୍ବା ଫଟୋ ମର୍ଫିଂର ଖୁବ୍ ଭଲ ଭର୍ସନ ବୁଝିପାରନ୍ତି। ଏଭଳି ଭାବରେ ଭିଡିଓରେ କୌଣସି ବ୍ୟକ୍ତିର ପବ୍ଲିକ ଫଟୋ ଓ ଭିଡିଓ ଦ୍ବାରା ଏକ ଖରାପ ଭିଡିଓ ତିଆରି କରାଯାଇପାରେ। ଏଭଳି ଭିଡିଓର ଲକ୍ଷ୍ୟ କାହାକୁ ବଦନାମ କରିବା କିମ୍ବା ଭୁଲ ସୂଚନା ଦେବା ହୋଇପାରେ। ଏହି ଭିଡିଓର ବ୍ୟବହାର ବିରୋଧିଙ୍କ ବିରୋଧରେ ନିର୍ବାଚନ ପ୍ରଚାରରେ ଓ ସାମାଜିକ ସଙ୍କଟ ଉତ୍ପନ କରିବା ଉଦେଶ୍ୟରେ କରାଯାଇପାରେ। ଏମ୍‌ଏଚଏ ସାଇବର ଓ୍ବିଙ୍ଗ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଟୁଲ୍‌ ନା କେବଳ ଡିପଫେକ୍ ଭିଡିଓକୁ ଡିଟେକ୍ଟ କରିଥାଏ, ବଂର ଏହାକୁ ତିଆରି କରୁଥିବା ବ୍ୟକ୍ତିକୁ ମଧ୍ୟ ଖୋଜିବାରେ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.