ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍‌ସ୍କ୍ରିନ୍‌ ଲୋସନ୍‌ କିଣିବା ବେଳେ କେମିତି କରିବେ ଚୟନ ? ଜାଣନ୍ତୁ ଟିପ୍ସ...

ନୂଆଦିଲ୍ଲୀ ୦୬/୦୬: ବଢୁଥିବା ତାପମାତ୍ରା ଓ ଗରମ ପ୍ରତ୍ୟେକ ବ୍ୟକ୍ତିର ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସନ୍‌ସ୍କ୍ରିନ୍‌ ଲୋସନ ଚୟନ କରିବା ଖୁବ୍‌ ଜରୁରୀ । ଖରାରୁ ଆସୁଥିବା ହାନିକାରକ କିରଣ କେବଳ ଡାର୍କ ସର୍କଲ୍‌ ବା ତ୍ୱଚାକୁ ଲୋଚାକୋଚା କରେନା ବରଂ ତ୍ୱଚା କର୍କଟ ପରି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ତେଣୁ  ଚାଲନ୍ତୁ ଜାଣିବା କେମିତି ଚୟନ କରିବେ ତ୍ୱଚା ପାଇଁ  ଭଲ ସନ୍‌ସ୍କ୍ରନ୍‌ ଲୋସନ୍‌ । 

ପ୍ରାୟ ଲୋକ ସନ୍‌ସ୍କ୍ରିନ୍‌ ଲୋସନ୍‌ କିଣିବା  ସମୟରେ କେବଳ ଏସ୍‌ପିଏଫ୍‌ ପ୍ରତି ଧ୍ୟାନ ଦେଇଥାନ୍ତି ।  ଏହାବ୍ୟତୀତ ମଧ୍ୟ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ  ପଡିଥାଏ । ସନ୍‌ସ୍କ୍ରିନ୍‌ ଲୋସନ୍‌ କିଣିବା ସମୟରେ  କେଉଁ କେଉଁ ମାନଦଣ୍ଡ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।  

କେମିତି ଚୟନ କରିବେ?  

ସନ୍‌ସ୍କ୍ରିନ୍‌ ଲୋସନ୍‌ କିଣିବା ସମୟରେ ଏସ୍‌ପିଏଫ୍‌  ପ୍ରତି ଧ୍ୟାନ ଦେବା ଜରୁରି । କାରଣ ଏସ୍‌ପିଏଫ୍‌  ସୂର୍ଯ୍ୟଙ୍କ ୟୁଭିବି କିରଣକୁ ରୋକିଥାଏ । ଏହି କିରଣ  ତ୍ୱଚାର ଉପର ପରସ୍ତ ଉପରେ କ୍ଷତି  ପହଞ୍ଚାଇଥାଏ । କିନ୍ତୁ ୟୁଭିଏ ତ୍ୱଚାର  ଭିତରକୁ କ୍ଷତିଗ୍ରସ୍ତ କରିଥାଏ, ଯାହା  ଚର୍ମ କର୍କଟର ଆଶଙ୍କାକୁ ବଢାଇଥାଏ ।  ୟୁଭିଏ କିରଣରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ୍‌ର  ପ୍ରୋଟେକ୍ସନ ଗ୍ରେଡ୍‌ କେତେ ରହିଛି, ଜାଣିବା ଜରୁରି । ସେଥିପାଇଁ ଆପଣ ସନ୍‌ସ୍କ୍ରିନ୍‌ ଉପରେ ଥିବା ପିଏ(ପ୍ଲସ୍‌) ର ଚିହ୍ନ ଦେଖିବା ଆବଶ୍ୟକ । ଯେତେ ଅଧିକ ପ୍ଲସ୍‌  ଚିହ୍ନ ସେତେ ଅଧିକ ସୁରକ୍ଷା । ତେଣୁ ବୁଝିବା ଦରକାର  ଯେ ସନ୍‌ସ୍କ୍ରିନ୍‌ କେତେ ପ୍ରଭାବଶାଳୀ । ସେଥିପାଇଁ ଦୁଇ  ମାନଦଣ୍ଡର ଧ୍ୟାନ ରଖିବା ଜରୁରି ।  

କେଉଁ ସନ୍‌ସ୍କ୍ରିନ୍‌ ଲୋସନ୍‌  ଭଲ? 

ମାର୍କେଟରେ ୩ ପ୍ରକାର ସନ୍‌ସ୍କ୍ରିନ୍‌ ମିଳିଥାଏ । ପ୍ରଥମ  ଫିଜିକଲ୍‌ ସନ୍‌ସ୍କ୍ରିନ୍‌ ଲୋସନ୍‌, ଦ୍ୱିତୀୟ କେମିକାଲ୍‌ ସନ୍‌ସ୍କ୍ରିନ୍‌ ଓ ତୃତୀୟତଃ ହାଇବ୍ରିଡ୍‌ ।  ଏହି ୩ ସନ୍‌ସ୍କ୍ରିନ୍‌ ଲୋସନ୍‌ରେ ଫରକ୍‌  ହେଉଛି ଫିଜିକଲ୍‌ ସନ୍‌ସ୍କ୍ରିନ୍‌ରେ ଜିଙ୍କ୍‌  ଅକ୍ସାଇଡ୍‌ ରହିଥାଏ, ଯାହା ତ୍ୱଚା ଉପରେ  ସୁରକ୍ଷା କବଚ ସୃଷ୍ଟି କରିଥାଏ । ଯାହାଦ୍ୱାରା ସୂର୍ଯ୍ୟଙ୍କ  ହାନିକାରକ କିରଣ ତ୍ୱଚା ପର୍ଯ୍ୟନ୍ତ ପହଞ୍ଚିପାରି ନଥାଏ । 

କେମିକାଲ୍‌ ସନ୍‌ସ୍କ୍ରିନ୍‌ରେ ରାସାୟନିକ ଫିଲଟର୍ସର ବ୍ୟବହାର କରିଥାନ୍ତି, ଯାହା ତ୍ୱଚାରେ ମିଶିବା ଦ୍ୱାରା  ହାନିକାରକ କିରଣରୁ ହେବାକୁ ଥିବା କ୍ଷତି ହୋଇ ନଥାଏ । ସେହିପରି ହାଇବ୍ରିଡ୍‌ ସନ୍‌ସ୍କ୍ରିନ୍‌ରେ ଉପରୋକ୍ତ  ଦୁଇଟି ସନ୍‌ସ୍କ୍ରିନ୍‌କୁ ମିଶାଇ ପ୍ରସ୍ତୁତ କରାଯାଇଥାଏ । ଦେଖିବାକୁ ଗଲେ ୩ଟି ସନ୍‌ସ୍କ୍ରିନ୍‌ ଲୋସନ୍‌ ୟୁଭି  କିରଣରୁ ସୁରକ୍ଷା ପ୍ରଦାନ କରିଥାଏ । ତଥାପି କେଉଁଟା  ବେଶି ଉପଯୋଗୀ, ତାହା ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ କରି ଗର୍ଭାବସ୍ଥା, ତ୍ୱଚା ଆଲର୍ଜି ଆଦି ବିଷୟରେ  ଜଣାଇବା ପରେ ହିଁ ସନ୍‌ସ୍କ୍ରିନ୍‌ ଚୟନ କରନ୍ତୁ । 

କେମିତି ବ୍ୟବହାର କରିବେ?  

ସନ୍‌ସ୍କ୍ରିନ୍‌ ଲୋସନ୍‌, ପାଉଡର୍‌, ଷ୍ଟିକ୍‌, ସ୍ପ୍ରେ ଆଦି  ରୂପରେ ବଜାରରେ ଉପଲବ୍ଧ । ସନ୍‌ସ୍କ୍ରିନ୍‌ ଲଗାଇବା  ପାଇଁ ପ୍ରଥମେ ଦୁଇ ଆଙ୍ଗୁଳିରେ ଲୋସନ୍‌ ନେଇ ତ୍ୱଚା  ଉପରେ ସମାନ ଭାବେ ଲଗାଇବା ଉଚିତ୍‌ । ଏଥିସହିତ  ପ୍ରତି ଦୁଇ ଘଣ୍ଟାରେ ଥରେ ଲଗାଇବା ଦରକାର ।  ଏପରିକି ଘରେ ରହୁଥିଲେ ମଧ୍ୟ ସନ୍‌ସ୍କ୍ରିନ୍‌ ଲୋସନ୍‌  ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।

  • PrameyaOdia
  • prameya
  • health care
  • health tips
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.