ନୂଆଦିଲ୍ଲୀ ୮/୯: ମାରୁତି ବୋଲେନୋ ଏବଂ ଟାଟା ଅଲ୍ଟ୍ରାଜକୁ ଟକ୍କର ଦେବା ପାଇଁ ଜାପାନର କାର୍ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମଧ୍ୟ ଏକ ନୂଆ କାର୍ ଲଞ୍ଚ୍ କରିଦେଇଛି । କମ୍ପାନୀ ନିଜ ପପୁଲାର କାର୍ i20କୁ ନୂଆ କଳେବର ସହିତ ଲଞ୍ଚ୍ କରିଦେଇଛି । ୮ ସେପ୍ଟେମ୍ବରରେ ହ୍ୟୁଣ୍ଡାଇ i20 ଲଞ୍ଚ୍ ହୋଇଯାଇଛି । କମ୍ପାନୀ ଏହାର ପ୍ରାରମ୍ଭିକ ଦାମ୍ ୬.୯୯ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରିଛି ଯାହା ମାରୁତି ବଲେନୋର ପ୍ରାରମ୍ଭିକ ଦାମ୍ ସହିତ ପାଖାପାଖି । ତେବେ ଏସବୁ ଏକ୍ସଶୋରୁମ୍ ଦାମ୍ । କମ୍ପାନୀ ଏହି କାରରେ କସ୍ମେଟିକ୍ ପରିବର୍ତ୍ତନ ବ୍ୟତୀତ କିଛି ଖାସ୍ ପରିବର୍ତ୍ତନ କରିନି । କିନ୍ତୁ ଏଥିରେ ଅଧିକ ସେଫ୍ଟି ଫିଚର୍ସ ଯୋଡାଯାଇଛି । ତେବେ କାର୍ ଏହାର ଟର୍ବୋ ଇଞ୍ଜିନକୁ ଡିସକଣ୍ଟିନ୍ୟୁ କରିଦେଇଛି । ଏବେ ଏହି କାରରେ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ୍ ମିଳିବ ।
କମ୍ପାନୀର ୱେବସାଇଟ୍ ଅନୁସାରେ କାରରେ ୧.୨ ଲିଟର କପ୍ପା ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି । ଏହି ଇଞ୍ଜିନ୍ ୮୩ ପିଏସର ମ୍ୟାକ୍ସିମମ୍ ପାୱର ଏବଂ ୧୧୪.୭ ଏନଏମର ମ୍ୟାକ୍ସିମମ୍ ଟର୍କ ଜେନେରେଟ୍ କରିଥାଏ । ତେବେ କମ୍ପାନୀ କାରରେ ମିଳୁଥିବା ଟର୍ବୋ ଇଞ୍ଜିନକୁ ଡିସ୍କଣ୍ଟିନ୍ୟୁ କରିଦେଇଛି । ଏବେ ଏହି କାରରେ କେବଳ ଆପଣଙ୍କୁ ପେଟ୍ରୋଲ ଇଞ୍ଜିନ୍ ହିଁ ମିଳିବ । କାରରେ ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିଶନ ମିଳିଥାଏ । କମ୍ପାନୀ ଏହି କାରରେ ଷ୍ଟାଣ୍ଡାର୍ଡ ଫିଚର ରୂପେ ୬ ଏୟାରବ୍ୟାଗ୍ସ ଦେଇଛି । ଏହା ବ୍ୟତୀତ କାରରେ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ, ଭେଇକଲ ଷ୍ଟେବିଲିଟି ମ୍ୟାନେଜମେଣ୍ଟ, ଏମରଜେନ୍ସି ଷ୍ଟପ୍ ସିଗ୍ନାଲ ମିଳିଥାଏ । ଏହା ବ୍ୟତୀତ କାରରେ ହ୍ୱିଲ ଷ୍ଟାର୍ଟ ଆସିଷ୍ଟ୍ସ, ISOFIX, ଡ୍ରାଇଭର ରିୟର ଭ୍ୟୁ ମନିଟର ଭଳି ଫିଚର୍ସ ମିଳିଥାଏ ।
Introducing The #NewHyundaiI20 – The one that’s truly #Bornmagnetic.
— Hyundai India (@HyundaiIndia) September 8, 2023
Featuring 40+ advanced safety features, it’s sleek & futuristic design is a sight to behold. Are you ready to buckle up & hit the road?
Know more: https://t.co/5070vVQtUp#HyundaiIndia #I20 #Iami20 #ILoveHyundai pic.twitter.com/3UbkDLQJ4K
କମ୍ପାନୀ ଏହି କାରର ଏକ୍ସଟିରିୟର ଏବଂ ଇଣ୍ଟିରିୟରରେ ସାମାନ୍ୟ ପରିବର୍ତ୍ତନ କରିଛି । କମ୍ପାନୀ ନୂଆ ହ୍ୟୁଣ୍ଡାଇ ଆଇ୨୦ରେ ବମ୍ପରକୁ ଅଧିକ ଶାର୍ପ ଷ୍ଟାଇଲ୍ ଦେଇଛି । ଏହା ବ୍ୟତୀତ କାରରେ ନୂଆ ଏଲଇଡି ଡିଆରଏଲ୍ ଲାଇଟ୍ସ ଦିଆଯାଇଛି । ଏଥିରେ ୧୬ ଇଞ୍ଚର ଆଲୟ ହ୍ୱିଲ୍ସ ଦିଆଯାଇଛି । ଇଣ୍ଟିରିୟର କଥା କହିବା ତ ଏହି କାରରେ କମ୍ପାନୀ ଡୁଆଲ ଟୋନ୍ ଆଇ୨୦ ବ୍ରାଣ୍ଡିଂ ସହିତ ଲେଦରେଟ୍ସ ସିଟ୍ସ ଦେଇଛି । ଏହା ବ୍ୟତୀତ ଗ୍ଲବବକ୍ସ କୁଲିଂର ଫିଚର ରହିଛି । ଏହା ବ୍ୟତୀତ ଅଟୋମେଟିକ୍ ଟେମ୍ପ୍ରେଚର କଣ୍ଟ୍ରୋଲ ଏବଂ ଟାଇପ୍ ସି ଚାର୍ଜର ଦିଆଯାଇଛି । କାରରେ D-Cut ଷ୍ଟିୟରିଂ ହ୍ୱିଲ୍ ଦେଇଛି କମ୍ପାନୀ ।