ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବେ। କିନ୍ତୁ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ ନିମନ୍ତ୍ରଣ ପାଇଛନ୍ତି। ସାବରମତି ନଦୀରେ ନିର୍ମିତ ରିଭର କ୍ରୁଜ୍ରେ ଉଭୟ ଦଳର ଖେଳାଳିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ଫାଇନାଲ୍ ମ୍ୟାଚ୍ ସ୍ୱତନ୍ତ୍ର କରିବାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।
ଅହମ୍ମଦାବାଦର ସାବରମତି ନଦୀ ଉପରେ ରିଭର କ୍ରୁଜ୍ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଇଛି। ରେଷ୍ଟୁରାଣ୍ଟ ମାଲିକ ସୁହାର ମୋଦୀ କହିଛନ୍ତି,ବିଶ୍ୱକପ ପୂର୍ବରୁ ସମସ୍ତ ଦଳକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ପାଇଁ ରାତ୍ରୀ ଭୋଜନ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁସାରେ, ଏହି ଡିନରରେ ମିଲେଟ ଜାତୀୟ ଖାଦ୍ୟ ଖେଳାଳିଙ୍କୁ ଖାଇବାକୁ ଦିଆଯିବ। ଏହାଛଡା ଖେଳାଳିମାନେ ଅଟଳ ଫୁଟ୍ ଓଭର ବ୍ରିଜକୁ ବୁଲିବାକୁ ଯିବେ।
India and Australia likely to have dinner together on the Sabarmati riverfront cruise and also visit Atal Foot Over Bridge. (Ahmedabad Live). pic.twitter.com/ErWI4X4pIy
— Mufaddal Vohra (@mufaddal_vohra) November 18, 2023
ଉଲ୍ଲେଖନୀୟ ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ୫ ଥର ବିଜେତା ଅଷ୍ଟ୍ରେଲିଆ (୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫) ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।