ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଟି-୨୦ ବିଶ୍ଵକପ୍ ସେମି ଫାଇନାଲ : ଇଂଲଣ୍ଡକୁ ୧୭୨ ରନର ଟାର୍ଗେଟ ଦେଲା ଭାରତ

ଗୁଏନା:  ଆଜି  (ଗୁରୁବାର)ଟି-୨୦ ବିଶ୍ଵକପର  ୨ୟ ସେମି ଫାଇନାଲ ମୁକାବିଲା ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି । ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଇଂଲଣ୍ଡ ସାମ୍ନା ସାମ୍ନି ହୋଇଛନ୍ତି। ଆଜି ଖେଳା ଯାଉଥିବା ବର୍ଷା ବାଧାପ୍ରାପ୍ତ ଦ୍ଵିତୀୟ ସେମି ଫାଇନାଲ୍ ମୁକାବିଲାରେ ଭାରତ  ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୭ ରନ ଓ ସୂର୍ଯ୍ୟକୁମାର ଯାଦବଙ୍କ ୪୭ ରନର ଇନିଂସ ବଳରେ ଏହି ସ୍କୋର କରି ପାରିଛି। ଧିମା ପିଚରେ ଏହି ମୁକାବିଲା ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.